ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାୁରପଲ୍ଲୀ ପଞ୍ଚାୟତ ରେ ଥିବା ପ୍ରସିଦ୍ଧ ଦେବୀ ପୀଠ, ମା ପେଟେଇଚଣ୍ଡୀ ଠାକୁରାଣୀ ଙ୍କ ପୀଠରେ ନୂଆଗାଁ ବ୍ଲକ ବିଜେପି ପକ୍ଷରୁ ନୂତନ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧ ତାରିଖ ଠାରୁ ସାରା ଦେଶରେ ବିଜେପି ର ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ,ଏଥି ନେଇ ସୀଙ୍ଗାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମାହିପୁର- ବାହାଡ଼ାଝୋଲା ପୂର୍ତରାସ୍ତା ର ବନ୍ତଳା ଗ୍ରାମ ନିକଟ ରେ ବିରାଜିତ ମା ପେଟେଇଚଣ୍ଡୀ ଠାକୁରାଣୀ ଙ୍କ ପୀଠରେ ନୂଆଗାଁ ବ୍ଲକ ବିଜେପି ପକ୍ଷରୁ ନୂତନ ସଦସ୍ୟତା ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ନୂଆଗାଁ ବ୍ଲକ ରେ ୧୫ହଜାର ନୂତନ ସଦସ୍ୟ କରାଯିବା ନେଇ ଲକ୍ଷ ରଖାଯାଇଥିବା ନେଇ କର୍ମଶାଳା ରେ ଉପସ୍ଥିତ ବିଜେପି ନେତ୍ରୁ ବୃନ୍ଦ ସୂଚନା ଦେଇଥିବା ବେଳେ ଏଥିନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଆଜିର ଅନୁଷ୍ଠିତ କର୍ମଶାଳା ରେ ବିଜେପି ସ୍ଥାନୀୟ ବିଜେପି ନେତା ତଥା ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଦେବରାଜ ଡାକୁଆ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ସେଠି,ବିଜୟ କୁମାର ପ୍ରଧାନ,ପାଣୁ ଚରଣ ଖଣ୍ଡୁଆଳ,ଅସିତ୍ କୁମାର ପଟ୍ଟନାୟକ,ସୁରେଶ କୁମାର ପ୍ରଧାନ,ବିଜୟ କୁମାର ପାତ୍ର,ବସନ୍ତ କୁମାର ମହାନ୍ତି,ଜ୍ଞାନ ରଞ୍ଜନ ସାହୁ, ଏବଂ ସୂର୍ଯ୍ୟମଣି ନାୟକ ପ୍ରମୁଖ ଙ୍କ ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଉପସ୍ଥିତ କର୍ମକର୍ତ୍ତା ମାନେ କିପରି ଦଳରେ ନୂତନ ସଦସ୍ୟଙ୍କୁ ସାମିଲ କରାଯିବା ସହ, ଦଳର ସଂଗଠନ କୁ ବୃଦ୍ଧି କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ବିଜେପି ନିଜ ସାଙ୍ଗଠନ କୁ ବୃଦ୍ଧି କରିବା ପାଇଁ ଆରମ୍ଭ କରିଥିବା ଏହି ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ କୁ ନେଇ ବ୍ଲକର ଅନ୍ୟ ରାଜନୈତିକ ଦଳ ର କାର୍ଯ୍ୟ କର୍ତ୍ତା ଙ୍କ ମନରେ ଏକ ପ୍ରକାର ଛନକା ସୃଷ୍ଠି ହୋଇଥିବା ର ଜାଣିବାକୁ ମିଳିଛି।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ