ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ନୂଆପଡା ଠାରେ ବୈତରଣୀ ରେ ବ୍ୟାରେଜ ବା ନଦୀବନ୍ଧ ସ୍ଥାପନ ପାଇଁ ପାଟଣାବାସୀ ଦାବି କରି ଆସୁଥିବା ବେଳେ ମଙ୍ଗଳବାର ଜଳ ସମ୍ପଦ ବିଭାଗ ର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଉଦଳା ସବଡିଭିଜନ ଏସଇ ବିକ୍ରମ କିଶୋର ମଲ୍ଲିକ,ସହକାରୀ ଯନ୍ତ୍ରୀ ସୁନାରାମ ସିଂ ଓ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଂଜନ ସାହୁ ପ୍ରମୁଖ ନୂଆପଡାରେ ବ୍ୟାରେଜ ନିର୍ମାଣ ଭିତ୍ତିଭୂମି ତନଖି କରିଛନ୍ତି ଓ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ପ୍ରତିନିଧି ଦଳକୁ ସରପଞ୍ଚ ଅନିରୁଦ୍ଧ ନାଏକ,ଦୁର୍ଗା ଚରଣ ନାୟକଙ୍କ ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ