ମୋତେ ନ୍ୟାୟ ଦିଅ ,ମୋର ଓ ମୋ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଅଛି । ନ୍ୟାୟ ନ ପାଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ଗ୍ରାମ ର ଅମୁଲ୍ୟ ସାହୁ | ଇନ୍ଦ୍ରାଣୀପାଟଣା ପଂଚାୟତ ରେ ଥିବା ଇଏସଆର କମ୍ପାନୀ ରେ କାର୍ଯ୍ୟରତ ଥିଲେ ଗ୍ରାମ ର ଅମୁଲ୍ୟ ସାହୁ | କାର୍ଯ୍ୟ ସରିଥିଲେ ମଧ୍ୟ ତାଙ୍କ ର ପ୍ରାପ୍ୟ ନ ପାଇବା ରୁ କମ୍ପାନୀ କତ୍ତୃପକ୍ଷ ନିକଟକୁ ଯାଇଥିଲେ | କିନ୍ତୁ ସେଠାରେ ସେମାନେ ତାଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହ ଛୋଟ ଜାତି କହି ବିଦା କରିଦେଇଥିଲେ | ଯାହାକୁ ନେଇ ଅମୁଲ୍ୟ ସାହୁ ଅଦାଲତ ରେ ସେମାନଙ୍କ ବିରୁଦ୍ଧ ରେ ନ୍ୟାୟ ପାଇଁ କେଶ କରିଥିଲେ |ତେବେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ନ ମିଳିବା ରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ , ପୋଲିସ ଡିଜି , କଟକ ଜିଲ୍ଲାପାଳ , କଟକ ଡିସିପି , ଜୋନ ୧ ଏସିପି , ରାଜ୍ୟ ପଛୁଆ ବର୍ଗ କମିଶନ ଭୁବନେଶ୍ୱର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |
More Stories
4-12-2024
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ