ସୀମାନ୍ତ ଗାଁରେ ଶିକ୍ଷାର ଅସଲ ଚିତ୍ର,
ରାଇଘର : ଓଡ଼ିଶାରେ କିନ୍ତୁ ପାଠ ପଡୁଛନ୍ତି ପଡୋଶୀ ରାଜ୍ୟ ଛୋତିସଗଡ଼ରେ l ଜଣେ କି ଦୁଇଜଣ ନୁହେଁ, ପନ୍ଦରରୁ ଅଧିକ ପିଲା ଛତିଶଗଡ଼ ବିଦ୍ୟାଳୟକୁ ଯାଉଛନ୍ତି l ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଗାଁ ଗୁଡିକରେ ଓଡ଼ିଆ ଭାଷା ଅସ୍ତିତ୍ୱ ହରାଇବାର ଏମିତି ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମିଳିଛି l ସୂଚନା ଅନୁସାରେ, ରାଇଘର ବ୍ଲକର ସୀମା ଛତିଶଗଡ଼କୁ ଲାଗି ରହିଛି ତେଣୁ କୁନ୍ଦେଇ ଓ ହାଟଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ କାନାଡିହି, ସୋନାରପାରା , ଖୀଲଲି ଓ କୁନ୍ଦେଇ ଗାଁର ପ୍ରାୟ ୧୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ନ ପଡି ଛତିଶଗଡ଼ ମୁହାଁ ହୋଇଛନ୍ତି l
ସେଠିକାର ବିଦ୍ୟାଳୟରେ ନାମ ଲେଖାଇ ନିୟମିତ ଯାଉଛନ୍ତି l ଅଷ୍ଠମରୁ ଆରମ୍ଭ କରି ମାଧ୍ୟ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଏହି ପିଲାମାନେ ଘୁଟକେଲ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି l ଓଡିଶାର ସୀମାନ୍ତ ବିଦ୍ୟାଳୟ ଗୁଡିକରେ ପାଠପଡା ଖର୍ଚ୍ଚ ଅଧିକ, ଶିକ୍ଷଵେବସ୍ତା ବିପର୍ଯ୍ୟସ୍ତ ଏବଂ ସରକାରୀ ନିଯୁକ୍ତି ଉପରେ ଭରସା ପାଉନଥିବାରୁ ଛତିଶଗଡ଼ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ନିଜପ୍ରତିକ୍ରିୟାରେ କହିଛନ୍ତି l ଚିନ୍ତାର ବିଷୟ ଓଡ଼ିଶାରେ ବସବାସ କରୁଥିଲେ ସୁଦ୍ଧା ଲେଖିବା ଓ ପଡିବା ତ ଦୂରର କଥା ପିଲା ଓଡ଼ିଆ କହିବା ଭୁଲିଗଲେଣି l
ଵର୍ତମାନଠାରୁ ଏ ଦିଗରେ ସଚେତନ ନହେଲେ ଆଗାମୀ ଦିନରେ ସୀମାନ୍ତ ଗାଁ ଗୁଡିକରେ ଓଡ଼ିଆ ଭାଷା ସମ୍ପୂର୍ଣ ଲୋପ ପାଇଯିବ ବଲି ଭସାବିତ ଆଶଙ୍କା ପ୍ରକାଶ ପାଇଛି l ଅନ୍ୟପକ୍ଷରେ, ଶିକ୍ଷାର ମାନ ବୃଦ୍ଧି ସହ କୋମଳମତି ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ସରକାର ନାନା ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ତେବେ ତାହା ସୀମାନ୍ତ ତଥା ଉପାନ୍ତ ଅଞ୍ଚଳରେ କ୍ଵୖଣସି ପ୍ରଭାବ ପକାଉ ନଥିବା ଦେଖିବାକୁ ମିଳିଛି l ରାଜ୍ୟର ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆଗାମୀ ପୀଡ଼ି ଛତିଶଗଡ଼ ମୁହାଁ ହେବା ନିଶ୍ଚିତ ରୂପେ ଓଡ଼ିଶାର ଶିକ୍ଷା ବ୍ୟବସ୍ତା ଏବଂ ଶିକ୍ଷାର ମାନକୁ ନେଇ ଅନେକ ପ୍ରଶ୍ନ ଉଠାଇଛି, ରାଜ୍ୟ ସରକାର ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା l
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ