ଓଡିଶା ଅମଲା ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର ବୈଠକ

Spread the love

ଖୋର୍ଦ୍ଧା,୧।୯: ରାଜ୍ୟ ପ୍ରଶାସନ ରେ ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପରିତାପର ବିଷୟ ଜନ ସଧାରଣ ସେବାରେ ଅହରହ ନିଯୁକ୍ତ ଏହି ବର୍ଗ କର୍ମଚାରୀମାନେ ସରକାରୀ ଅବହେଳା ର ଚରମ ଶିକାର। ଏହାକୁ ବିରୋଧ କରି ମାର୍ଚ୍ଚ -୨୦୨୩ ରେ ରାଜ୍ୟ ସ୍ତରରେ ଚାରି ଗୋଟି ସଂଘ କୁ ନେଇ ଏକ ଜିଲ୍ଲାସ୍ତରୀୟ ମିଲିତ ଅମଲା ମଞ୍ଚ ଗଠନ କରି ପୂର୍ବ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲା । ଗତ ୧.୬.୨୦୨୩ ରୁ ୧୭.୬.୨୦୨୩ ପର୍ଯ୍ୟନ୍ତ ଜିଲ୍ଲା ସ୍ତରର କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ମଧ୍ୟ୍ୟ କରିଥିଲା। ପୂର୍ବତନ ରାଜ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ କୁ ସ୍ଥଗିତ କରାଇ, ୧୫.୩.୨୦୨୪ ରେ ଏକ କିମ୍ଭୂତ କିମ୍ଭାକର ନିର୍ଦେଶନାମା ଜାରି କରିଥିଲେ, ଯାହାକି ରାଜ୍ୟ ରେ ୩୦ ହାଜର ଅମଲାଙ୍କ ମଧ୍ୟରେ ନୈରାଶ୍ୟ ଜନକ ବାତାବରଣ ଖେଳିଯାଇଥିଲା। ସାଧାରଣ ନିର୍ବାଚନ – ୨୦୨୪ ରେ ରାଜ୍ୟ ସରକାର ପରିବର୍ତ୍ତିତ ହୋଇ, ବେ. ଜେ. ପି. ସରକାର ଆସିଲା ପରେ ଜିଲ୍ଲା ସ୍ତରର ଅମଲା ମାନଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି, ଓ ଆମର ପୁରୁଣା ଦାବୀ ଯଥା:- କନିଷ୍ଠ ସହାୟକ ଙ୍କ ମୂଳ ଦରମା ଲେବୁଲ-୪ ରୁ ଲେବୁଲ-୯ କୁ ବୃଦ୍ଧି ଓ ଜିଲ୍ଲା ସ୍ଥରରେ ଥିବା କ୍ୟାଡର ର ଅସଂଗତି କୁ ଦୂର କରି ସମସ୍ତ ବିଭାଗ କୁ ସମାନ ସୁଯୋଗ ଦେବା ପାଇଁ ବର୍ତ୍ତମାନ ର ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯାଉଅଛି।
ଆଜି ର ସଭାରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୂଖ୍ୟ ଅତିଥିଭାବରେ ଯୋଗଦେଇ ଜିଲ୍ଲା ରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରୟ ୪୦ ଜଣ ଅମଲା ଙ୍କୁ ସ୍ଵାଗତ କରିଥଲେ। ରାଜ୍ୟ ଅମଲା ସଂଘ ର ମୂଖ୍ୟ ପରାମର୍ଶ ଦାତା ନାରାୟଣ ଦାଶ, ଅଶୋକ କୁମାର ପଣ୍ଡା, ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ଅମଲା ସଂଘ, ସର୍ବେଶ୍ଵର ସାହୁ, ସଭାପତି ଓ ଜିଲ୍ଲା ରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଅମଲା ମାନେ ଯୋଗଦାନ କରିଥିଲେ।

error: Content is protected !!