ବଲାଙ୍ଗିର : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଆସିଛନ୍ତି | ଆଜି ପୂର୍ବାହ୍ନରେ ସେ ପୁଇଁତଳା ବ୍ଲକରେ ବିଭିନ୍ନ ଗ୍ରାମାଞ୍ଚଳରେ ଅଙ୍ଗନୱାଡି, ସ୍କୁଲ ଗସ୍ତ କରି ଜନହିତକର ଯୋଜନାର ସମୀକ୍ଷା କରିଛନ୍ତି । ପୁଇଁତଳା ବ୍ଲକ ଅଧୀନ ବିଭିନ୍ନ କାର୍ଯ୍ୟଳୟ ପରିଦର୍ଶନ ସମୟରେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ,ଶ୍ରୀ ପ୍ରଭାସ କୁମାର ନାୟକ ଉପସ୍ଥିତ ଥିଲେ । ବୁବେଲ ଗ୍ରାମ ପଞ୍ଚାୟତ ବାହଳବୁକା ଗ୍ରାମ କୁ ଯାଇ ହିତାଧିକାରୀଙ୍କୁ ଚାଉଳ ଯୋଗାଣ ସମୟରେ ହଉଚି ନା ନାହିଁ ନିଜେ ପଚାରି ତଦନ୍ତ କରିଥିଲେ । ମଧ୍ୟାନ ଭୋଜନ ପ୍ରସ୍ତୁତି ଓ ମାନ ଯାଞ୍ଚ କରିବା ସହ ବିଭିନ୍ନ ଅଙ୍ଗନବାଡି ମାନଙ୍କରେ ମା ଏବଂ ଛୁଆ ଙ୍କ ସୁବିଧା ଓ ସମସ୍ୟା ପଚାରି ବୁଝିଥିଲେ । ଏହା ସହ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ ଯାଇ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେ ଠେଲକମୁଣ୍ଡା ସ୍କୁଲ ଏବଂ ଅଙ୍ଗନବାଡି ବୁଲିଦେଖିଥିଲେ । ଏହି ଗସ୍ତ ସମୟରେ ସେଠାରେ ଉପସ୍ଥାନ ରେଜିଷ୍ଟର, ପିଲାଙ୍କ ଖାଦ୍ୟର ମାନ , ପାରିପାର୍ଶ୍ଵିକ ସ୍ଥିତି ସମୀକ୍ଷା କରିଥିଲେ । ଅପରାହ୍ନ ରେ ବ୍ଲକ ଅଫିସରେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଙ୍କୁ ନେଇ ବୈଠକରେ ବ୍ଲକ ସ୍ତରୀୟ ସମୀକ୍ଷା କରିଥିଲେ । ବ୍ଲକ ଶିକ୍ଷା ବିଭାଗ, ମଙ୍ଗଳ ଅଧିକାରୀ , ସାମାଜିକ ମଙ୍ଗଳ ଅଧିକାରୀ ଦ୍ୱାରା ପରିଚାଳିତ ବିଦ୍ୟାଳୟମାନଙ୍କରେ ଚାଲୁଥିବା ମଧ୍ୟାହ୍ନ ଭୋଜନ ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ବ୍ଲକ, ଗ୍ରାମ ପଂଚାୟତ, ହିତାଧିକାରୀଙ୍କ ରେସନ୍ କାର୍ଡ଼ ସଂପର୍କରେ ଯେ କୌଣସି ସମସ୍ୟାର ଆଶୁ ସମାଧାନ ନିମନ୍ତେ ଏକ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ଏବଂ ଏହି ପରିପ୍ରେକ୍ଷୀରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହିତ ସମନ୍ନୟ ରକ୍ଷା ନିମନ୍ତେ ଓଡ଼ିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଖାଉଟି ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ବେଣୁଧର ପାଣିଗ୍ରାହୀ , ବି.ଡି.ଓ ଅମରେନ୍ଦ୍ର ସ୍ଵାଇଁ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ