Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଓରକେଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ମାଲକାନଗିରି,୨୬/୦୮ (ବାଦଲ ବିଶ୍ଵାଳ):-ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସ୍ଥିତ ଓରକେଲ ଥାନା ରେ ରବିବାର ଦିନ ୧୨ଟା ସମୟରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟା ଯୋଗ ଦେଇଥିଲେ। ଏହି ଅବସରରେ ବାଲିମେଳାର ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ପ୍ରଦାନ ସହ ପ୍ରାୟ ୭୩ ଟି ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ବରିଷ୍ଠ ନାଗରିକମାନେ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଡେସ୍କ କରିବା ନିମନ୍ତେ ଦାବି ପ୍ରଦାନ କରିଥିଲେ।
ଏଥିସହ ସହରରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣାଧୀନ କିପରି ରହିବ ସେନେଇ ଆଲୋକପାତ କରାଯାଇଥିଲା। ଉପସ୍ଥିତ ବରିଷ୍ଠ ନାଗରିକ ମାନେ ନିଜ ନିଜର ଦୈନନ୍ଦିନ ଜୀବନରେ ଘଟୁଥିବା ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ। ଏଥିସହ ସାଇବର ଅପରାଧ ଯେପରିକି ଫେକ କଲ କିଏ କରି ଯଦି ବ୍ୟାଙ୍କ ସମ୍ବନ୍ଧୀୟ କିଛି କୁହେ କିମ୍ବା ଓଟିପି ମାଗେ ତ ତୁରନ୍ତ ପୋଲିସ କୁ ଜଣାଇବେ ବୋଲି ଓରକେଲ ପୋଲିସ ନିର୍ଦ୍ଦେଶ ଦେଇଥିଲା। ଏହିପରି ବହୁ ସମସ୍ୟା ସମ୍ବନ୍ଧରେ ବରିଷ୍ଠ ନାଗରିକ ମାନେ ଏହି ବୈଠକ ମାଧ୍ୟମରେ ଜଣାଇଥିଲେ। ତେବେ ତୁରନ୍ତ ସେସବୁ ସମସ୍ୟା ର ସମାଧାନ କରାଯିବ ବୋଲି ଥାନାଧିକାରୀ ଧୀରେନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଚିତ୍ରକୋଣ୍ଡା ଏସଡିପିଓ ଏବଂ ଥାନାଧିକାରୀ ଙ୍କ ସମେତ ୭୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

error: Content is protected !!
Breaking News