Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

OSEPA ର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଦାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

Spread the love

କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l OSEPA ର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଦାନ ରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା ରେ 3ଟି ବିଭାଗ କରାଯାଇଥିଲା, 3ୟ ଶ୍ରେଣୀ ରୁ 5ମ ଶ୍ରେଣୀ ଉପ କନିଷ୍ଠ ବିଭାଗ, 6ଷ୍ଠ ରୁ 8ମ କନିଷ୍ଠ ବିଭାଗ, ଏବଂ ନବମ ଓ ଦଶମ ଶ୍ରେଣୀ ବରିଷ୍ଠ ବିଭାଗ,ଏହିଭଳି ତିନୋଟି ବିଭାଗ ରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଭାତୀ ନଲିନୀ ଠାକୁର ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ କହିଥିଲେ l ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରସନ୍ନ ମହାପାତ୍ର ସାର ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଲଷ୍ଟର ରୁ ସମସ୍ତ CRCC ଉପସ୍ଥିତ ଥିଲେ l ସୁନାଧର ମାଝୀ, ଯଦୁ ନାଏକ, ଭଗବାନ ବେହେରା, ହେମରାଜ କୁମାର, ସୁରେନ୍ଦ୍ର ମାଝୀ, ରଶ୍ମି ରଞ୍ଜନ ସେଠି, ଝଜରୁ ମାଝୀ, ଜୟସିଂ ମାଝୀ, ଅମରସିଂ ମାଝୀ, ମୁକୁନ୍ଦ ବାଗ, ସୁବାଷ ବିଶ୍ୱାଳ, କୃତିବାସ ନାଏକ, ପ୍ରଧାନ ଶିକ୍ଷକ, ଥୁ.ରାମପୁର ଉଚ୍ଚ ବିଦ୍ୟାଳୟ ଏବଂ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଉପ କନିଷ୍ଠ ବିଭାଗ ରେ ଆକାଶ ନାଏକ, କନିଷ୍ଠ ବିଭାଗ ରେ ଯୋଗେଶ୍ୱର ନାଏକ ଏବଂ ବରିଷ୍ଠ ବିଭାଗରେ ବର୍ଷା ସାହୁ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ଶେଷରେ ସୁନାଧର ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!
Breaking News