ଖୋର୍ଦ୍ଧା : ଖୋର୍ଦ୍ଧା ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖାର ସଭାପତି ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଓୟୁଜେ ର ବରିଷ୍ଠ ସଭ୍ୟ ସନତ କୁମାର ପଟ୍ଟନାୟକ ଏହି ବୈଠକର ମାର୍ଗଦର୍ଶକ ଥିଲେ।ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ପ୍ରଥମେ ସ୍ୱାଗତ ଭାଷଣ ପରେ ବାର୍ଷିକ ଆୟବ୍ୟୟ ଉପସ୍ଥାପନ କରିବା ପରେ ସଂଗଠନ ର ବିଭିନ୍ନ କାର୍ଯ୍ୟ ଉପରେ ସମ୍ୟକ ଧାରଣା ଦେଇଥିଲେ।ପରେ ଉପସ୍ଥିତ ସଭ୍ୟ ମାନେ ନିଜ ନିଜର ସାଙ୍ଗଠନିକ ବାର୍ତା ସଂଗଠନ କୁ ଆଗକୁ ନେବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।ବିଶେଷ କରି ସାମ୍ବାଦିକ ଙ୍କ ସୁରକ୍ଷା, ପେନସନ,ସ୍ୱାସ୍ଥ୍ୟ ବୀମା ୧୦ ଲକ୍ଷ କୁ ବୃଦ୍ଧି,ବୀମା କାର୍ଡରେ ପିତାମାତାଙ୍କୁ ସାମିଲ କରିବା ଉପରେ ମାନ୍ୟବର ସରକାର ତୁରନ୍ତ ଦୃଷ୍ଟି ଦେବାକୁ ପ୍ରସ୍ତାବ ରଖିଥିଲେ।ପରେ ସଭାପତି ଙ୍କ ଅନୁମତି ଓ ସମସ୍ତ ସଭ୍ୟ ଙ୍କ ଅନୁମୋଦନ କ୍ରମେ ଓୟୁଜେ ଖୋର୍ଦ୍ଧା ଶାଖା ର ଏକ ବ୍ୟାଙ୍କ ଖାତା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଖୋର୍ଦ୍ଧା ଶାଖାରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଓୟୁଜେ ର ନିଜସ୍ୱ ଗୃହ ପାଇଁ ଆବଶ୍ୟକ ପଦକ୍ଷେପ ,ମାସିକ ସଭ୍ୟ ଚାନ୍ଦା ଆଦାୟ,ଉପରେ ବିଶେଷ ନିଷ୍ପତ୍ତି ହୋଇଥିଲା।ସେହିପରି ସଙ୍ଗଠନ ମାଧ୍ୟମରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରିବା ,ନୂତନ ସଭ୍ୟ ସଂଗ୍ରହ, ଅନୁପସ୍ଥିତ ଓ ସକ୍ରିୟ ନ ଥିବା କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରି ସଙ୍ଗଠନ କୁ ଆଗକୁ ନେବା ଓ ଆଗାମୀ ସଂଗଠନ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରେ ରାଜ୍ୟ ସଙ୍ଘ ର ସମ୍ପାଦକ ପ୍ରସନ୍ନ ପାଇକରାୟ ରାଜ୍ୟ ସଂଗଠନ ଦ୍ୱାରା ନୂତନ ନିୟମ କାର୍ଯ୍ୟବଳୀ ଉପରେ ବକ୍ତବ୍ୟ ଦେଇଥିଲେ।
ଏହି ଅବସରେ ଗୋପାଳ କୃଷ୍ଣ ପ୍ରଧାନ ଙ୍କୁ ସର୍ବ ସମ୍ମତି କ୍ରମେ ଓୟୁଜେ ଖୋର୍ଦ୍ଧା ଶାଖାର ମିଡ଼ିଆ ସଂଯୋଜକ ରୁପେ ମନୋନୀତ କରାଯାଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ମହାନ୍ତି,ନାରାୟଣ ମହାନ୍ତି,,ଶୁଭଲଷ୍ମୀ ସମନ୍ତରା, ସନ୍ଦୀପ ବର୍ମନ, ସୟଦ ଅନସର ଅଲ୍ଲୀ,ଅଜିତ ମିଶ୍ର,ପ୍ରକାଶ ପଟ୍ଟନାୟକ,ଶିବଚରନ୍ ସିଂ, ଅଏସ ମହାନ୍ତି,ରମେଶ ସାମନ୍ତରାୟ, ଇକବଲ୍ ଅହମଦ, ଶ୍ରୀକାନ୍ତ ପ୍ରଧାନ, ସତ୍ୟନାରାୟଣ ସାମନ୍ତରାୟ,ଲକ୍ଷ୍ମୀ ନାରାୟଣ ମହାପାତ୍ର,ଚନ୍ଦନ ସୁନ୍ଦରାୟ, ପ୍ରଭାତ ମହାନ୍ତି,ପ୍ରମୁଖ ଯୋଗଦେଇଥିଲେ।
ଲକ୍ଷ୍ମୀନାରାୟଣ ମହାପାତ୍ର । ଖୋର୍ଦ୍ଧା।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ