ଥୁଆମୁଳ ରାମପୁର : କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ପଞ୍ଚାୟତରେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ଥୁଆମୁଳ ରାମପୁର ବ୍ଳକର ପ୍ରତ୍ୟେକ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରୁଥିବା ବେଳେ ଥୁଆମୁଳ ରାମପୁର ବ୍ଳକର ନାକରୁଣ୍ତି ପଞ୍ଚାୟତ ଠାରେ ଗତ କାଲି ସୋମବାର ତା ୨/୯/୨୦୨୪ରେ ଆୟୋଜିତ ଜନ ଅଭିଯୋଗ ଓ ସମାଧାନ ଜନଶୁଣାଣୀ କାର୍ଯ୍ଯକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି କୁ ଘେରିଗଲେ ଅଞ୍ଚଳବାସୀ l ପ୍ରକାଶ ଥାଉକୀ ବ୍ଲକ୍ ର ଜନ ମଙ୍ଗଳ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ, ବିଏସଏସଓ ସୁନାରାମ ସୋରେନ, ଆରଏଚ ରାଜେନ୍ଦ୍ର ନାରାୟଣ ଦେବ, ଏମ ଆଇ ବିଭୂରଞ୍ଜନ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର କୁମ୍ଭାର, ଜିଆରଏସ୍ ଖଗପତି ନାଏକ ଓ ବିଭିନ୍ନ ଲାଇନ ବିଭାଗ ର କର୍ମଚାରୀ ଯୋଗଦେବା ପାଇଁ ନାକରୁଣ୍ତି ପଞ୍ଚାୟତ କୁ ଯାଇପହଞ୍ଚିଥିଲେ। ହେଲେ ସେଠାରେ ଅଞ୍ଚଳ ବାସି ସିଜିମାଳୀ ଓ କୁଟ୍ରୁମାଳି କୁ କମ୍ପାନୀ ହାତକୁ ଟେକି ଦେବୁ ନାହିଁ ବୋଲି ପ୍ରଶାସନ ବିରୋଧରେ ନାରା ବାଜି କରିଥିବା ବେଳେ ତାଙ୍କ ଜଙ୍ଗଲ ଜମି ର କିସମ ବଦଳେଇ ଦେଇଥିବା ହେତୁ ତାର ପ୍ରତିବାଦ କରିମଧ୍ୟ ବ୍ଳକ ପ୍ରଶାସନ କୁ ପୂର୍ବରୁ ଆନ୍ଦୋଳନ କାରି ଏହାକୁ ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ,।
ଲୋକଙ୍କ ଧାରଣା ହେଲା ଯେ ତିଜମାଲି କୁ ଖଣି ଖୋଲିବା ଉଦ୍ଦେଶ୍ୟରେ କମ୍ପାନୀ ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କୁ ଜନଶୁଣାଣି କରି ଦସ୍ତଖତ ନେଇ ଯିବେ ଭାବି କମ୍ପାନୀ ବିରୋଧରେ ପ୍ରତିବାଦର ନାରା ଓ କମ୍ପାନୀ ଦଲାଲ ଗୋ ବେକ୍ ଦେଇ ହୋ ହାଲ୍ଲା କରି ସେଠାରୁ ପ୍ରଶାସନ ଅଧିକାରୀ ମାନଙ୍କୁ ସାଙ୍ଗେ ସାଙ୍ଗେ ଫେରାଇ ଦେଇ ଥିଲେ । ତହସିଲଦାର ଓ ବିଡ଼ିଓ ମହାଶୟ ଙ୍କୁ ପୂର୍ବରୁ କେରପାଇ ଗ୍ରାମ ପଂଚାୟତ ର ଜନ ଶୁଣାଣି ବେଳେ କାଁ ଭାଁ ବିରୋଧ କରିଥିଲେ ଖଣି ସୁରକ୍ଷା ଆନ୍ଦୋଳନ କାରି ଏହି ଜନ ଶୁଣାଣି ଶିବିରରେ ବିଡିଓ ଶ୍ରୀ ମୁଦୁଲି ଖୋଲା ଖୋଲି କମ୍ପାନୀ କୁ ସମର୍ଥନ ଦେଇଥିଲେ ଓ ଡବ୍ଲୁ ଇଓ ଶୁଭଜିତ ରଞ୍ଜନ ସ୍ୱାଇଁ ଗାଁ ଗାଁ ବୁଲି ସରକାର ଙ୍କ ବିନା ଅନୁମତି ରେ ଯାଇ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଯାଇ ଗ୍ରାମ ସଭା ପଲ୍ଲୀ ସଭା କରିଥିଲେ ଏବଂ ଗ୍ରାମ ବାସି ମିଛ ଦସ୍ତଖତ କରିଥିଲେ ବୋଲି ଅଭିଯୋଗ କରି ଆଜି ଖଣି ପ୍ରଭାବିତ ଅଞ୍ଚଳ ର ଆନ୍ଦୋଳନ କାରି ବିଡ଼ିଓ ସମେତ ସମସ୍ତ ବ୍ଳକ ପ୍ରଶାସନ ଓ ଅନ୍ଯାନ୍ଯ କର୍ମଚାରୀ ମାନଙ୍କୁ ପାଖ ପକ୍ଷୀ ୧୫୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଅଟକ ରଖିଥିବା ଦେଖିବାକୁ ମିଳିଥିଲା ପରେ ବିଡିଓ ଲୋକଙ୍କୁ ବୁଝାମଣା କରିବା ସହିତ ଆମେ ସରକାର ଙ୍କ ଯୋଜନା ର ଉପଲବ୍ଧି କୁ ନେଇ ଆପଣଙ୍କ ପାଖକୁ ଆସିଛୁ ବୋଲି ଲିଖିତ ପ୍ରତିଶୃତି ଜଣାଇବା ପରେ ଛାଡିଥିବା ଖବର ମିଳିଛି। ତେବେ ଏହି ଶିବିର ଲୋକଙ୍କ ସୁବିଧା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କରିବା ବ୍ଯବସ୍ଥା କରିଛନ୍ତି। ଲୋକଙ୍କ ସଚେତନ ଅଭାବ ଯୋଗୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରୋକା ଯାଉଛି ବୋଲି ବିଡ଼ିଓ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ହେଲେ ଏହା କେତେ ଦୂର ଯୁକ୍ତିଯୁକ୍ତ ଲୋକେ ହୃଦୟଙ୍ଗମ କରିବା ଆବଶ୍ୟକତା ରହିଛି।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର