ଚାରି ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଧନ୍ୟବାଦ ଅର୍ପଣ ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Spread the love

ବୁଗୁଡ଼ା : ଆଜି ବିଜେପି ପକ୍ଷରୁ ବୁଗୁଡ଼ା ବ୍ଲକର ଚାରି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଧନ୍ୟବାଦ ଅର୍ପଣ ସଭା ଓ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ସ୍ଵାଧିନ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପ୍ରଥମେ ବାଲିପଦର ପଞ୍ଚାୟତରେ ପହଞ୍ଚି ଗ୍ରାମରେ ବିଜୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଗ୍ରାମବାସୀ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ଜଣାଇଥିବା ବେଳେ ବାଲିପଦର ଗ୍ରାମର ମକର ମିଳନ ପଡ଼ିଆ ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ସେଠାରେ ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ କୁ ଗ୍ରହଣ କରିବା ସହିତ ସେମାନଙ୍କ ସହିତ ମୈଖିକ ଭାବେ ଆଲୋଚନା କରି ଅତି ଶୀଘ୍ର ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ମଳିକ ପ୍ରତିଶ୍ରୁତି ଦେଇଥିଲେ।ଏବଂ ବାଲିପଦର ବରିଷ୍ଠ ନାଗରିକ ମଞ୍ଚ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ବଣିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ।ଏହାପରେ କଳମ୍ବ ପଞ୍ଚାୟତର ସଦାଶିବ ଓ ସୁନାକେରା ଗ୍ରାମରେ ମନ୍ତ୍ରୀ ପହଞ୍ଚି ଥିଲେ। ସେଠାରେ ମନ୍ତ୍ରୀ ଙ୍କୁ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଥିବା ସହିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୁନାକେରା ଗ୍ରାମରେ ଥିବା ୧୮୫୭ ମସିହାର ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ଉନ୍ନତି କରଣ ପାଇଁ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ପତ୍ର ଗ୍ରହଣ କରିଥିଲେ। ଅପରାହ୍ନ ସମୟରେ ପୋଚାଲୁଣ୍ଡି ପଞ୍ଚାୟତ ଓ ଏ କରଡାବାଡି ପଞ୍ଚାୟତ ବିଭିନ୍ନ ଗ୍ରାମରେ ଧନ୍ୟବାଦ ଅର୍ପଣ ସଭା ଜରିଆରେ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ପଞ୍ଚାୟତ ରେ ସଭାର ଆୟୋଜନ କରି ଜନସାଧାରଣ ଅଭିଯୋଗ ଶୁଣିଥିଲେ। ସେହିପରି ଭାବେ ପୋଚାଲୁଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ ଗ୍ରହଣ କରିଥିଲେ।ପ୍ରତ୍ୟେକ ଗ୍ରାମ ମାନଙ୍କରେ ଗ୍ରାମ ଉନ୍ନୟନ କମିଟି ଗଠନ କରିବାପାଇଁ ମନ୍ତ୍ରୀ କହିଥିବା ବେଳେ ଉକ୍ତ କମିଟି ଦ୍ବାରା ଗ୍ରାମର ସମସ୍ୟା ସହିତ ବିଭିନ୍ନ କାର୍ଯ୍ୟ ନେଇ କମିଟି ସଦସ୍ୟ ମାନଙ୍କ ଜରିଆରେ ସମସ୍ତ କାର୍ଯ୍ୟର ତଦାରଖ କରିବାପାଇଁ ମନ୍ତ୍ରୀ କହିଥିଲେ ।

ସତ୍ୟାଗ୍ରହ ସମୟରେ ଏ କରଡାବାଡି ଗ୍ରାମକୁ ମହାତ୍ମାଗାନ୍ଧୀ ଆସିଥିବା ବେଳେ ତାହାକୁ ନେଇ ଗ୍ରାମରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୃତି ସ୍ଥାପନା କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ଗ୍ରାମର ରାସ୍ତା ଘାଟ ପାଣି ସମସ୍ୟା ନେଇ ଆଲୋଚନା କରିଥିଲେ।ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ଉପସଭାପତି ରାଜେଶ ବିଶ୍ବାଳ, ବ୍ଳକ ଉପାଧ୍ୟକ୍ଷ ମାନଷ ରଞ୍ଜନ ପ୍ରଧାନ, ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦନ ସେଠୀ,ରବିନ୍ଦ୍ର କୁମାର ପରିଡ଼ା, ପୂର୍ଣ୍ଣ ଚନ୍ଦ୍ର ଜେନା, ସଂଯୋଜକ ହରିହର ସାହୁ, ଗଙ୍ଗାଧର ନାୟକ,କେ ନୀଳମାଧବ ଆଚାରୀ, ରୀନାରାଣୀ ଦେବୀ, ମହେନ୍ଦ୍ର ପ୍ରସାଦ ପଣ୍ଡା, ସଞ୍ଜୟ ଜେନା, ସନ୍ତୋଷ ଭୋଳ, ନଗର ସଭାପତି କେଦାରନାଥ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୂର୍ଯ୍ୟ ନାରାୟଣ ପରିଡ଼ା,U ବୁଲୁ ପାତ୍ର, ସୁଶାନ୍ତ ଡାକୁଆ, ଦିଲ୍ଲୀପ ପ୍ରଧାନ,ଭଗବାନ ଜେନା, ସୁନୀଲ ପାଢ଼ୀ ସମେତ ପ୍ରତ୍ୟେକ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ।

You may have missed

error: Content is protected !!
Breaking News