କେନ୍ଦୁଝର : ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ପାରାଦୀପ ଠାରୁ ଭାୟା ଯାଜପୁର ରୋଡ଼ ଦେଇ ଟ୍ରେନ ନୋ ନମ୍ବର ୦୮୪୦୫ ଓ ୦୮୪୦୬ ଚଳାଚଳ କରୁଛି। ଏହା ସକାଳ ୫.୩୦ ଘଟିକରେ ପାରାଦୀପ ଛାଡି ୧୧.୨୫ ଘଟିକା ସମୟରେ କେନ୍ଦୁଝର ଗଡ଼ରେ ପହଞ୍ଚି ଅପରାହ୍ନ ୦୪.୩୦ ପର୍ଯ୍ୟନ୍ତ ପାଖାପାଖି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ କେନ୍ଦୁଝର ଗଡ଼ରେ ରହଣି ପରେ ପୁଣି ପାରାଦୀପ ଅଭିମୁଖେ ଅପରାହ୍ଣ ୦୪.୩୦ମିନିଟ ସମୟରେ ପାରାଦୀପ ଅଭିମୁଖେ ଯାତ୍ରା ଆରମ୍ଭ କରିଥାଏ। ଯୋଡ଼ା, ବଡ଼ବିଲ, ବଲାଣି, ବାମେଵାରୀ, ଜୋରଲି ଓ ବାଂସପାଣି ଅଂଚଳର ବହୁସଂଖ୍ୟକ ଲୋକେ ପାରାଦ୍ବୀପ ବନ୍ଦର ସହରରେ କାମ କରୁଥିବା ବେଳେ ଲୁହାପଥର ପରିବହନରେ ବ୍ୟବହୃତ ଯାନ ବାହାନ ଖରାପ ହେଲେ ପାରାଦୀପ ଯାଇଥାନ୍ତି। ମାତ୍ର ବାଂସପାଣି ଅଂଚଳରୁ ପାରାଦୀପ ଅଭିମୁଖେ କୌଣସି ଟ୍ରେନ ସେବା ନ ଥିବାରୁ ଲୋକ ମାନେ ବସରେ ଯିବାକୁ ବାଧ୍ୟ ହେବା ସହିତ ଅଧିକ ଅର୍ଥ ବ୍ୟୟ କରିଥାନ୍ତି। ସମସ୍ୟାର ସମାଧାନ ପାଇଁ ଉକ୍ତ ପାରାଦ୍ବୀପ କେନ୍ଦୁଝର ମେମୁ ଟ୍ରେନକୁ ବାଂସପାଣି ପର୍ଯ୍ୟନ୍ତ ଚଳାଇ ସେଠାରୁ ପୁଣି ପାରାଦୀପ ଆଭିମୁଖେ ଯାତ୍ରା ଆରମ୍ଭ କରି ଲୋକଙ୍କୁ ଉପଯୁକ୍ତ ରେଳ ସେବା ଯୋଗାଇ ଦେବା ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ କୁମାର ବେହେରା, ଉପସଭାପତି ସୁରେଶ ଚନ୍ଦ୍ର ପଲେଇଙ୍କ ସମେତ କେନ୍ଦୁଝର ବାସୀ ରେଳବାଇ କତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ