ପାରଳାଖେମୁଣ୍ଡି : ଆଜି ମାନ୍ୟବର ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଙ୍କ ଜ୍ୟେଷ୍ଠ କନ୍ୟା ଧ୍ରିତି ମୋକ୍ଷ ପାଣିଗ୍ରାହୀଙ୍କ ଜନ୍ମଦିନ ଅବସରରେ ବିଧାୟକ ସପରିବାର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସରେ ଭେଟି ଥିଲେ। ନବୀନ ବାବୁଙ୍କୁ ଭେଟିବା ସମୟରେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଠାରୁ ଧ୍ରିତି ମୋକ୍ଷ ଆଶୀର୍ବାଦ କାମନା କରିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧ୍ରିତି ମୋକ୍ଷଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ଜୀବନ ଉତ୍ତୋରତ୍ତର ଉନ୍ନତି କାମନା କରି ଆଶୀର୍ବାଦ କରିଥିଲେ। ଉକ୍ତ ସମୟରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେସ କୁମାର ପାଣିଗ୍ରାହୀ ଓ ତାଙ୍କ ଧର୍ମ ପତ୍ନୀ ମଧୁସ୍ମିତା ପାଣିଗ୍ରାହି ନବୀନ ନିବାସ ରେ ଉପସ୍ଥିତ ଥିଲେ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ