ପାର୍ବଣଋତୁକୁ ଆଖିଆଗରେ ରଖି ଚଳଚଞ୍ଚଳ ମୂର୍ତ୍ତି କାରିଗର

Spread the love

ରଣପୁର : ପାର୍ବଣଋତୁର ଆଗମନରେ ଗାଁଠୁ ସହର ସବୁଠି ମୂର୍ତ୍ତି ନିର୍ମାଣକୁ ନେଇ ଚଳଚଞ୍ଚଳ କାରିଗର l ଆଉ ଦିନ କେଇଟା ପରେ ଧରାପୃଷ୍ଟରେ ଆବରଣ କରିବେ ବିଘ୍ନବିନାଶକ ପ୍ରଭୁ ଗଜାନନ,ମୂର୍ତ୍ତି ଶାଳରେ କାରିଗରଙ୍କ ରଙ୍ଗ ତୁଳିର ସ୍ପର୍ଶରେ ଧୀରେ ଧୀରେ ଜୀବନ୍ତ ହେବାକୁ ଲାଗିଲେଣି ପ୍ରଭୁ ଗଜାନନଙ୍କ ମୃଣୟ ମୂର୍ତ୍ତିଗୁଡିକ l ଦୁଇ ପଇସା ବ୍ୟବସାୟ ଆଶାରେ ବର୍ଷର ପାର୍ବଣ ଋତୁକୁ ଅପେକ୍ଷା କରିଥାନ୍ତି କାରିଗର ଓ ବ୍ୟବସାୟୀ l ସବୁ ବର୍ଷ ଭଳି ଚଳିତ ବର୍ଷ ନୟାଗଡ ଜ଼ିଲ୍ଲା ରଣପୁରରେ ଜୋରସୋରରେ ଚାଲିଛି ମୂର୍ତ୍ତିନିର୍ମାଣ କାମ l ରଣପୁର ବ୍ଲକର ଚାନ୍ଦପୁର, ସୁନାଖଳା, ଦର୍ପନାରାୟଣ ପୁର ଏବଂ ରଣପୁର NAC ରେ ଦୁଇଶହରୁ ଉର୍ଦ୍ଧ ମଣ୍ଡପରେ ଗଜାନନଙ୍କର ପୂଜା ହେଉଥିବା ବେଳେ 6ମାସର ରୋଜଗାର ଓ ଗୁଜୁରାଣ ମେଣ୍ଟେଇବା ପାଇଁ ମୂର୍ତ୍ତିନିର୍ମାଣ କାମରେ ଲାଗିଛନ୍ତି ଶହ ଶହ କାରିଗର l ବଜାରର ଚାହିଦାକୁ ଲଖ୍ୟକରି ଶହେ ଟଙ୍କା ଠାରୁ ଆରମ୍ଭ କରି ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି l ରଣପୁର ବ୍ୟତୀତ ଆଖ ପାଖ ଖୋର୍ଦ୍ଧା, ନୟାଗଡ, ଜଙ୍କିଆ, ଟାଙ୍ଗୀ ଅଞ୍ଚଳରୁ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଆସିଥିବା ମୂର୍ତ୍ତି କାରିଗରମାନେ କହିଛନ୍ତି l

error: Content is protected !!