Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ପିରାମଲ୍ ସ୍ବାସ୍ଥ୍ୟ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ବ୍ଲକସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

Spread the love

ଗୁଣପୁର-ଆଜି ସ୍ଥାନୀୟ ପଞ୍ଚାୟତ ସମିତି ବୈଠକ ଗୃହ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲ୍ଲି ଶବର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥପୁର ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଭାର୍ଗବ କୁମାର ସାହୁ,ଡା. କାଳୀ ପ୍ରସାଦ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରତିନିଧି (ବ୍ଲକ ଫାଇନାନ୍ସ ଅଫିସର୍) ଉମାକାନ୍ତ ସାହୁ, ଜିପିଇଓ ଦିବାକର ରାଓ, ଜିଲ୍ଲା ପରିଷଦ ସଭ୍ୟ ଏଗାନ ଗମାଙ୍ଗ,ପି.ଚ.ଇ.ଓ ବନ ବିହାରୀ ନାୟକ ବି.ପି.ଏମ୍. ଚକ୍ରଧର ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ,
ପୋଲିସ୍ ବିଭାଗୀୟ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ବିଭାଗ, ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ, ସମିତି ସଭ୍ୟ , ଯକ୍ଷ୍ମା ବିଭାଗ ରୁ ସୁଶାନ୍ତ କୁମାର ବେହେରା ଓ ପିରାମଲ୍ ସ୍ବାସ୍ଥ୍ୟ ପକ୍ଷ ରୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ବାଘ ଓ ଜିଲ୍ଲା ସଂଯୋଜକ ତାପସ ରଞ୍ଜନ ପାଣି ଯୋଗ ଦେଇଥିଲେ ଥିଲେ ।

ଉକ୍ତ ସଭା ରେ ବ୍ଲକ୍ ରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଓ ସ୍ଵାସ୍ଥ୍ୟ ସେବା ବିଷୟରେ ଏକ ସମୀକ୍ଷା ଓ ଆଲୋଚନା କରା ଯାଇଥିଲା । ନିର୍ବିଶେଷରେ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଓ ପଦକ୍ଷେପ ୨୦୨୪ ବିଷୟ ରେ ଆଲୋଚନା କରା ଯାଇଥିଲା, ଏହି କାର୍ଯ୍ୟକ୍ରମ ରେ କିପରି ଭାବରେ ଅଧିକ ଯକ୍ଷ୍ମା ସଚେତନତା, ପରୀକ୍ଷା ଓ ନିକ୍ଷୟ ମିତ୍ର ସେବା ପ୍ରଦାନ କରାଯାଇ ପାରିବ ଇତ୍ୟାଦି ଉପରେ ଏକ ସ୍ବତନ୍ତ୍ର ଆଲୋଚନା କରାଯାଇଥିଲା ।

error: Content is protected !!
Breaking News