କଥାରେ ଅଛି ୧୨ ମାସକୁ ୧୩ ପର୍ବ । ଆଉ ଏହି ୧୩ ପର୍ବ ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ହେଉଥିବା କାଦୋ ଯାତ୍ରା ଅନ୍ୟତମ । କାଦୋ ଯାତ୍ରା ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଜନକ ପୁରରେ ଗ୍ରାମବାସୀଙ୍କ ଦ୍ୱାରା ନିଆରା ଢଙ୍ଗରେ କରାଯାଇଥାଏ । ତଳି ରୁଆ ସମୟରେ କିଛି ତଳି ନେଇ ଗ୍ରାମର ଇଷ୍ଟଦେୀ ମାଁ ମାଉଲୀ ଓ ଇଷ୍ଟ ଦେବତା ବାବା ବୁଢା ଡ଼ଙ୍ଗରଙ୍କ ମନ୍ଦିରକୁ ଢୋଲ୍ ମୁହୁରୀ ଆଦି ବିଭିନ୍ନ ପ୍ରକାରର ବାଜା ବଜାଇ ନିଆରା ଢଙ୍ଗରେ ପୂଜା କରାଯାଇଥାଏ । ଗ୍ରାମର ମୁଖିଆ ତଥା ଜିଲ୍ଲା କୃଷକ ସଂଘର ସଭାପତି ଚଗଲା ପରିଚ୍ଛାଙ୍କ ଉପସ୍ଥିତିରେ ଗ୍ରାମର ଝାଙ୍କରଙ୍କ ଘରୁ ଇଷ୍ଟଦେବୀ ଓ ଇଷ୍ଟଦେବତାଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ଆସିଥାଏ ଓ ଏହି ପୂଜା କରାଯାଇଥାଏ । ତା’ ପରେ ଚାଷୀ ମାନେ ତୁଳିକୁ ନେଇ ନିଜ ଚାଷ ଜମିରେ ରୁଇ ଥାଆନ୍ତି । ଏହାର ମହତ୍ୱ ହେଲା ଯେ ଗ୍ରାମର ଇଷ୍ଟଦେବତା ଓ ଇଷ୍ଟଦେବୀଙ୍କ କୃପା ହେଲେ ହିଁ ଚାଷୀ ମାନଙ୍କ ଚାଷ ଭଲ ହୋଇଥାଏ । ତେଣୁ କରି ଏହି ପୂଜା ପ୍ରତିବର୍ଷ କରାଯାଇଥାଏ । ଅନ୍ୟପଟେ ଏହି ଯାତ୍ରାକୁ ଦେଖିବା ପାଇଁ ସହ ସହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ