ପାଟଣା: ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରାୟୋଜିତ ପାଟଣା ବନାଞ୍ଚଳ ସ୍ତରୀୟ ବନ ସୁରକ୍ଷା ସମିତି ସମନ୍ୱୟ ବୈଠକ ଆଜି ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପାଟଣା ବନପାଳ ପିଅନ ନାଏକ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ,ସମ୍ମାନୀତ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା, ସାହାରପଡା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ନାଏକ,ବଡପାଟଣା ସରପଞ୍ଚ ବିନତି ବାନରା ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତି ବନ୍ଧୁ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଜଙ୍ଗଲ ଓ ପରିବେଶ ର ସୁରକ୍ଷା, ହାତୀ ମଣିଷ ଲଢେ଼ଇ ରେ ଜନସାଧାରଣଙ୍କ ଦାୟିତ୍ଵ ବୋଧ,ହାତୀ କ୍ଷତି ଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତି ପୂରଣ ଆଦି ସବିଶେଷ ପ୍ରସଙ୍ଗ ଉପରେ ଉପସ୍ଥିତ ପାଟଣା ଓ ସାହାରପଡା ବ୍ଲକର ସଭା ସରପଞ୍ଚ ,ସମିତି ସଭ୍ୟ ସଭ୍ୟା, ବନସୁରକ୍ଷା ସମିତି ର କର୍ମକର୍ତ୍ତା ଓ ବୁଦ୍ଧିଜୀବି ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ସାହାରପଡା ବନପାଳ ଭୂପତି ସେଠୀ, ଖିରେଇଟାଙ୍ଗରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏବଂ ଆମ ଜଙ୍ଗଲ ଯୋଜନା ର ଦଳ ମୁଖ୍ୟ ରଣଜିତ ପଲେଇଙ୍କ ସହ ସମସ୍ତ ବନରକ୍ଷୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ବନ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ସହକାରୀ ବନ ସଂରକ୍ଷକ ଏହାର ଉତ୍ତର ଦେଇଥିଲେ।
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।