ପାଟଣା : ପାଟଣା ବ୍ଲକ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମହାପାତ୍ରଙ୍କ ସଂଯୋଜନା ରେ ମିଶନଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ଅଞ୍ଚଳ ର ୬୦ଜଣ ଲକ୍ଷପତି ଦିଦିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ପାଟଣା ବ୍ଲକ ସଭାଗୃହରେ ବିଡିଓ ଶିବଶଙ୍କର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାରାଷ୍ଟ୍ର ର ଜଲଗାଁଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷପତି ଦିଦି ଯୋଜନାରେ ଶୁଭାରମ୍ଭ ପର୍ବର ଏଠାରେ ସିଧା ପ୍ରସାରଣକୁ ବ୍ଲକ ସଭାଗୃହ ରେ ଉପସ୍ଥିତ ଲକ୍ଷପତି ଦିଦି ଓ ସ୍ୱୟଂ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଦେଖିଥିଲେ। କେନ୍ଦ୍ର ସରକାର ଏହି ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଥିବାରୁ ଉପସ୍ଥିତ ମହିଳା ମାନେ ଏହାକୁ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ରେ ଲକ୍ଷପତି ଦିଦିଙ୍କ ସହ ବ୍ଲକ ଅଞ୍ଚଳ ର ଏମବିକେ ଓ ସିଆରପିସିଏମ ମାନେ ସାମିଲ ଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ସୋମବାରି ମୁଣ୍ଡା ଉପସ୍ଥିତ ରହି ଲକ୍ଷପତି ଦିଦି ମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ଶ୍ରୀ ମହାପାତ୍ର ବିଭାଗ ପକ୍ଷରୁ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସେହିପରି ସାହାରପଡ଼ା ବ୍ଲକ ରେ ବିଡିଓ ମାଧବ ଚନ୍ଦ୍ର ବିରୁଆଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୪୦ ଜଣ ଲକ୍ଷପତି ଦିଦି ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର