ପାଟଣା: ପାଟଣାକୁ ସବଡିଭିଜନ ମାନ୍ୟତା ଦାବିରେ ପାଟଣା କଲ୍ୟାଣ ମଣ୍ଡପଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାଟଣାର ବହୁ ବୁଦ୍ଧିଜୀବି, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ଯୁବ ପ୍ରତିନିଧି ଏହି ବୈଠକରେ ସାମିଲ ହୋଇଥିଲେ । ପାଟଣାକୁ ସବ ଡିଭିଜନ ମାନ୍ୟତା ଦାବିରେ ଧର୍ମଘଟ, ଆନ୍ଦୋଳନ ଓ ଶୋଭାଯାତ୍ରା ଆଦି କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଏଥି ପାଇଁ ସବ ଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଦାବିକୁ କିପରି ପୂରଣ କରାଯିବ ସେ ନେଇ ଆସନ୍ତା ରବିବାର ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ପ୍ରସ୍ତାବିତ ଘଟଗାଁ ସବ ଡିଭିଜନରେ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳକୁ ବାଦ ଦେଇ ପାଟଣାକୁ ସୂତନ୍ତ୍ର ସବ ଡିଭିଜନ ଘୋଷଣା କରିବା ଅଥବା ପୂର୍ବ ଭଳି ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳକୁ କେନ୍ଦୁଝର ସବ ଡିଭିଜନରେ ବର୍ତ୍ତମାନର ସ୍ଥିତି ବଜାୟ ରଖିବା ପାଇଁ ସରକାରଙ୍କୁ ଦାବି କରାଯିବ ବୋଲି ସୂଚନା ମିଳିଛି ।
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ