ପାତ୍ରପୁର : ପାତ୍ରପୁର ବ୍ଳକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ମଙ୍ଗଳବାର ଅପରାହ୍ନରେ ପାତ୍ରପୁର ହେଡକ୍ୱାଟର ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ସମସ୍ତ କର୍ମଚାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମିଳିତଭାବେ ହାତରେ ଜାତୀୟ ପତାକା ଧରି ପାତ୍ରପୁର ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ଛକଠାରୁ ଆରମ୍ଭ କରି ପାତ୍ରପୁର ତଳ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟିକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ସୁଧା କୁଣ୍ଡୁ, ତହସିଲଦାର ଅଶୋକ ପଟ୍ଟନାୟକ, ,ସିଡିପିଓ ସ୍ଵର୍ଣପ୍ରଭା ଦାସ, ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ ୱଇ ମହୋନ ରାଓ,ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକଙ୍କ ସହିତ ସମସ୍ତ ବ୍ଲକ୍, ତହସିଲ କର୍ମଚାରୀ,ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ଭାରତ ମାତାକି ଜୟ ଏବଂ ବନ୍ଦେ ମାତରଂ ନାରାରେ ଶୋଭାଯାତ୍ରା କମ୍ପି ଉଠିଥିଲା ।ଶୋଭାଯାତ୍ରାରେ ବିଧାୟକ ବୁଲିବା ବେଳେ ରାସ୍ତାରେ କିଛି ଘରେ ଓ କିଛି ଦୋକାନ ମାନଙ୍କରେ ଲୋକଙ୍କୁ ତ୍ରିରଙ୍ଗା ଦେଇ ଏହାକୁ ଘରେ ଲଗେଇବା ପାଇଁ ପରାମର୍ଶ ଦେଇଥିଲେ ।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025