Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ପଟା ବଣ୍ଟନ କାର୍ଯ୍ୟକ୍ରମ

Spread the love

ମୋରଡା, ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ କାର୍ଯ୍ୟାଳୟରେ ଏକ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋରଡା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିଥିଲେ।ପ୍ରଥମେ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ପହଞ୍ଚିବା ପରେ ତାଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହିତ ମୋରଡା ତହସିଲଦାର ଉତ୍ତମ କୁମାର ଜେନା, ବିଡ଼ିଓ ଅଣାକର ନାଏକ, ଅବସରପ୍ରାପ୍ତ ଏଡିଏମ ସୁରତ ମଲ୍ଲିକ,ପିଏଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା,ବ୍ଲକ ଅଧକ୍ଷ ପିଥନାଥ ସୋରେନ, ଉପାଧକ୍ଷା ଜେମାମଣି ମହାନ୍ତ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।


ଆଜିର କାର୍ଯ୍ୟକ୍ରମରେ ଚିତ୍ରଡା,ମୋରଡା,ଧଡ଼ାସାହି, ଜୁଆଳିଭଙ୍ଗା,ହଳଦୀପାଳ, ଗଡିଗାଁ ପଞ୍ଚାୟତର ୨୨ଟି ଗାଁର ୭୮ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ହିତାଧିକାରୀ ଆଲାଦୀ ମୁର୍ମୁ,ସଲଖାନ ମାର୍ଣ୍ଡି,ସୋମବାରୀ ମାର୍ଣ୍ଡି, ମଇନା ହାଁସଦା ଏବଂ ଅନ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ ମନ୍ତ୍ରୀ ଶ୍ରୀ ମହାପାତ୍ର. ତେବେ ପରେ ବ୍ଲକର କୋଡିଏ ପଞ୍ଚାୟତର ୧୨୭୧ଜଣଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ଚିତ୍ରଡା ଆରଆଇ ମନୋଜ ବାରିକ, ମୋରଡା ଆରଆଇ ଜ୍ୟୋତିରୁପା ପାତ୍ର,ତହସିଲ କର୍ମଚାରୀ ଶଶାଙ୍କ ଶେଖର ମିଶ୍ର,ଜଗତଜ୍ୟୋତି ବେହେରା,ଗୌରାଙ୍ଗ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

error: Content is protected !!
Breaking News