ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ନାମରେ ପଟ୍ଟା ଜାଲିଆତି ଓ ଜମି ହଡ଼ପ ଅଭିଯୋଗ

Spread the love

କୋରାପୁଟ ଜିଲ୍ଲା ସେମିଳିଗୁଡା ଜଣେ ନିରାଶ୍ରୟ ଭଉଣୀ ନିଜର ଭାଇକୁ ବିଶ୍ଵାସ ରେ ତାଙ୍କ ଜମିର ପଟ୍ଟା କରିଦେବା ପାଇଁ ପଞ୍ଜିକୃତ ଦଲିଲ୍ ସହ ଦସ୍ତଖତ ଦେଇଥିଲେ । ହେଲେ ବିଶ୍ଵାସ ଘାତକ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଭାଇ ଚତୁରତାର ସହ ପଟା କରିବା ପରିବର୍ତ୍ତେ ନିଜ ନାମରେ ସମ୍ପୃକ୍ତ ଜମି କୁ ହଡ଼ପ କରି ନେଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ । ଏହି ଭଳି ଘଟଣା କୋରାପୁଟ ଜିଲ୍ଲାର ସେମିଳିଗୁଡା ସହରରେ ଦେଖିବାକୁ ମିଳିଛି।

ସେମିଳିଗୁଡା ସହରରେ ନିଜ ସ୍ତ୍ରୀ ନାମରେ ଚାଲାଉଥିବା ଏକ ପେଟ୍ରୋଲ ପମ୍ପ ମାଲିକ୍ ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଉମଆଚରଣ ବାରିକ ଙ୍କ ନାମରେ ତାଙ୍କ ବଡ ଭଉଣୀ ଶୁଭଲତା ସ୍ଵାଇଁ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆଜି ତାଙ୍କର ଦାମନଯୋଡି ଛକ ପେଟ୍ରୋଲ ପମ୍ପରେ ସାମ୍ବାଦିକ ମାନଙ୍କୁ ତାଙ୍କ ପ୍ରତି ତାଙ୍କ ଭାଇ କରିଥିବା ବିଶ୍ଵାସ ଘାତକତା ଏବଂ ଅନ୍ୟାୟ ଯୋଗୁ ସେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତାଙ୍କର କେହି ସାହାଭରଷା ନଥିବା ବେଳେ ତାଙ୍କର ଜମିକୁ ହଡ଼ପ କରି ନେଇ ଦୀର୍ଘ ୧୨ ବର୍ଷ ହେଲା ରଖିଛି।ତାଙ୍କ ଜମି ଫେରାଇ ଦେବା ପାଇଁ ବହୁଥର କାକୁତି ମିନତି ହୋଇ ଅନୁରୋଧ କରିଥିଲେ ସୁଧା ଆଜି କାଲି କହିବା ସହ ଆପାଖକୁ ତାପାଖକୁ ଯିବା ପାଇଁ କହି ଗତ ଦୁଇ ବର୍ଷ ହେଲା କନ୍ଦାଇ କନ୍ଦାଇ ନାନାପ୍ରକାର ନିର୍ଯ୍ୟାତନା ଦେଉଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ସେ ଜଣେ ସ୍ଵାମୀ ପରତ୍ୟକ୍ତା ହୋଇଥିବା ବେଳେ ତାଙ୍କୁ ସାହାରା ଦେବା ବ୍ୟକ୍ତି କେହି ନଥିବାରୁ ନିଜେ ଜଣେ ପ୍ରଭାବ ଶାଳୀ ପୋଲିସ ଅଧିକାରୀ ଓ ପମ୍ପ ମାଲିକ୍ ହୋଇଥିବା ରୁ ବିଭିନ୍ନ ଲୋକଙ୍କୁ ନିଜ ପ୍ରଭାବରେ ପ୍ରଭାବିତ କରି ସେ ହଇରାଣ ହରକତ କରୁଛି। ତାଙ୍କର କୋରାପୁଟ ରାଣିଗଡ ରାସ୍ତାରେ ଥିବା ସମ୍ପୃକ୍ତ ଜମିର ବିଲ ପାଖକୁ ଶେଷ ସ୍ଥାନରେ ଗୋଟିଏ ଛୋଟିଆ ଟିଣ ଛପର ଘରଟିରେ ସେ ରହୁଥିବା ବେଳେ ସେଠାରେ ବିଦ୍ୟୁତ୍ ସଂଯୋଗ ନାହି। ବିଲ ପାଖରେ ଘରଟି ଥିବା ବେଳେ ସାପବେଙ୍ଗ ର ଭୟ ସାଙ୍ଗକୁ ରାସ୍ତା କଡ଼ରୁ ମାଟି କାଦୁଅରେ ଯିବାକୁ ପଡୁଛି।

ଗୋଟିଏ ଛୋଟ ନିଚା ଟିଣ କୋଠରୀ ରେ ଖାଇବା ଶୋଇବା ପାଇଖାନା ମିସି ରହିଥିବା ବେଳେ କାନ୍ଥ ର ଚାରିପଟରୁ ପାଣି ଝରୁଛି।ଗତ ୧୫ ଦିନ ହେଲା ଅନବରତ ବର୍ଷା ଯୋଗୁଁ ନା ସେ ଘରେ ରହିପାରୁଛି ନା ଖାଇପାରୁଛି ଏଭଳି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ନିଜର କଷ୍ଠ ସେ ବଖାଣିଛନ୍ତି।ତାଙ୍କ ଭାଇ ଜଣେ ଅମାପ ଧନସମ୍ପତ୍ତିର ମାଲିକ ହୋଇ ଜଣେ ନିରୀହ ନିରାଶ୍ରୟ ୭୨ ବର୍ଷ ମହିଳା ଙ୍କୁ ଏଭଳି ଦଣ୍ଡଦେବା କେତେ ଦୂର ଯଥାର୍ଥ ବୋଲି ସେ ନିଜର ଦୁଃଖ ବଖାଣିଛନ୍ତି। ନିରାଶ୍ରୟ ମହିଳାଙ୍କ ଦୁଃଖ ପ୍ରତି ସଦୟ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କୁ ସହାୟତା କରିବାକୁ ସେ ନିବେଦନ କରିଛନ୍ତି।

error: Content is protected !!