Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ପାଇବା ପାଣି ଟିକେ ପାଇଁ ଲୋକେ ହନ୍ତସନ୍ତ

Spread the love

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ବିଲାସପୁର ପଞ୍ଚାୟତ ଅନ୍ତର୍ଗତ ବିଚିକା ଗ୍ରାମରେ ଥିବା ନଳକୂଅ ଗତ ଏକ ମାସରୁ ଅଧିକ ଦିନ ହେଲାଣି ଅଚଳ ହୋଇ ପଡ଼ିରହିଛି l ବହୁତ୍ ପରିଶ୍ରମ ପରେ ଅଳ୍ପ ପାଣି ବାହାରୁ ଥିବା ଯୋଗୁଁ ଲୋକେ ପାଣି ପାଇଁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି l ଏହି ଗାଁର ପାଖାପାଖି ୨୦ ଟି ପରିବାର ଏହି ନଳକୂଅ ଉପରେ ନିର୍ଭର କରିଥାନ୍ତି l ପାଣି ବାହାରୁ ନଥିବାରୁ ସେମାନେ ୫୦୦ ମିଟର ଦୂରରେ ଥିବା ପୋଖରୀକୁ ପାଣି ଆଣିବାକୁ ଯାଉଛନ୍ତି l ପୋଖରୀରୁ ଦୂଷିତ ପାଣି ପିଇ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ନଳକୂଅକୁ ମରାମତି ପାଇଁ ସ୍ଥାନୀୟ ନଳକୂଅ ମରାମତି କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଏହାର ସମାଧାନ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ବିଳାସପୁର ସରପଞ୍ଚ ଅମ୍ବିକା ସୁନା ଙ୍କୁ ପଚରା ଯିବାରୁ ଶୀଘ୍ର ନଳକୂଅ ମରାମତି କରି କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଥିଲେ l

error: Content is protected !!
Breaking News