କଙ୍ଗାରୁ କୋର୍ଟ ର କରୁଣ ପରିଣତି, ପୋଲିସର ଉପସ୍ଥିତ ରେ ଘର ଭାଙ୍ଗିବା ସହ ଆକ୍ରମଣ କଲେ ଲୋକେ

Spread the love

ରଣପୁର :ରଣପୁର ରୁ ପୁଣି ସାମ୍ନାକୁ ଆସିଛି କଙ୍ଗାରୁ କୋର୍ଟର କରୁଣ ପରିଣତି l ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ l ଗୋଟିଏ ଘର ଭାଙ୍ଗିବା ସହ ୫ଜଣଙ୍କୁ ମରଣାତ୍ମକ ଆକ୍ରମଣ l ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l ଏହି ଭିଡ଼ିଓ ହିଁ ବୟାନ କରୁଛି ଏହି ଛାତି ଥରା ଦୃଶ୍ୟ l ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତଳେ ପଡ଼ି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି l ହାତରେ ଠେଙ୍ଗା, ଶାବଳ ଆଦି ଧରି ଗ୍ରାମବାସୀ ଆଇନକୁ ହାତକୁ ନେଇଛନ୍ତି l ରାଜସୁନାଖଳାର ହଡ଼ା ନଈ ଠାରେ ସରକାରୀ ଜାଗାରେ ଭୂମିହୀନ ରମେଶ ବରାଡ଼ ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ରହୁଆସୁଥିଲେ l ହେଲେ ସ୍ଥାନୀୟ ରମାବିଲ ଗ୍ରାମବାସୀ ଆମ ମୌଜାରେ କାହିଁକି ଅଛ କହି ଏଠାରୁ ହଟିବାକୁ କହିଥିଲେ l ପରେ ଗ୍ରାମବାସୀ ଏକାଠି ହୋଇ ରମେଶଙ୍କ ପରିବାରକୁ ହଟାଇବା ପାଇଁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ l ଖବର ପାଇଁ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଗ୍ରାମବାସୀ କିଛି ବି ଶୁଣିନଥିଲେ l ଆହତମାନେ ଗୁରୁତର ଅବସ୍ଥାରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି l ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ l ଏହି ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ 1 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି l ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଏଯାବତ ନିଆଯାଇନି l ” ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି l ତଦନ୍ତ ପରେ ପରଵର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶରଣକୁଳ SDPO ସୁଧାକର ସାହୁ କହିଛନ୍ତି

error: Content is protected !!