ପୋଲସରା : ପୋଲସରା ସହରର ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ସୋମବାର ୯ ତାରିଖରେ ଏକ ସଂଗଠନ ପର୍ବ ଓ ସଦସ୍ଯତା ଅଭିଯାନ ବୈଠକ ନଗର ସଭାପତି ପ୍ରଶ୍ନ ଡାକୁଆ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ସଂଗଠନ ପର୍ବ ଜରିଆରେ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଜେପିର ସଦସ୍ଯତା ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଏହାସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଏହାର ଫାଇଦା ନେବାପାଇଁ ମନ୍ତ୍ରୀ ଶ୍ରୀ ମଳିକ ପ୍ରକାଶ କରିବା ସହିତ ଜିଲ୍ଲା କର୍ମକର୍ତ୍ତା ମାନେ ମଧ୍ଯ ପ୍ରକାଶ କରିଥିଲେ। ଉପସ୍ଥିତ ଥିବା ପୋଲସରା ଅଞ୍ଚଳର ସମସ୍ତ ବିଜେପି କର୍ମକର୍ତ୍ତାମାନଙ୍କୁ ନିଜର ଦାୟିତ୍ୱ ଦେବା ସହିତ ନିଷ୍ଠାପର ସହ ସମ୍ପାଦନା କରିବା ପାଇଁ ନିବେଦନ କରିଥିଲେ।ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ବାଇଁ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ରାଜ୍ୟ ମହିଳା ମୋର୍ଚ୍ଚା ସଂଯୋଜକ ଜୟନ୍ତୀ ପଢିଆରୀ,ନିର୍ବାଚନ ମଣ୍ଡଳୀ ସଂଯୋଜକ ରାଜେନ୍ଦ୍ର ପାତ୍ର, ସୁଶ୍ରୀ ଆରତୀ ଦେବୀ,ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ,ସତ୍ଯନାରାୟଣ ସାହୁ, ରଘୁନାଥ ପ୍ରଧାନ, ରୋହିତ ପ୍ରଧାନ, ପୃଥିବୀରାଜ ଭଞ୍ଜ ଦେଓ,ମଣ୍ଡଳ ସଭାପତି ରଘୁନାଥ ପଣ୍ଡା,ଦୀପକ ପୋଲାଇ,ମହେଶ୍ବର ପରିଡା, କାମ୍ପ ବାଢେଇ, ପ୍ରତିମା ସାହୁ, ଉପେନ୍ଦ୍ର ବାଡ଼େଇ ଉପସ୍ଥିତ ଥିଲେ। ପୋଲସରା ଏନ୍ ଏ ସି ଓ ବ୍ଳକର ହଜାର ହଜାର ବିଜେପି କର୍ମୀ ଓ କର୍ମକର୍ତ୍ତା ଅଭିଯାନରେ ଅଂଶଗ୍ରହଣ କରି ସଦସ୍ଯତା ଗ୍ରହଣ କରିଥିଲେ।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ