ନୂଆ ସରକାର ସମସ୍ତ ଙ୍କୁ ନେଇ ଆଗେଇବ!ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକ ସଭା ଗୃହ ରେ ଆଜି ଦୀର୍ଘ ଅଢେଇ ବର୍ଷ ପରେ ସମିତି ବୈଠକ ର ଆୟୋଜନ ହୋଇଛି!ଆଜିର ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଉପସ୍ଥିତ ଥିଲେ!ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଆଜି ଉପସ୍ଥିତ ଥିଲେ!ବିଭିନ୍ନ ପଞ୍ଚାୟତ ର ସମସ୍ୟା, ଅସୁବିଧା ବିଷୟରେ ଆଲୋଚନା ହେବା ସହ ସେଗୁଡିକ କିପରି ସମାଧାନ ହୋଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ନିଁର୍ଧେଶ ଦେଇ ଥିଲେ!ଦୀର୍ଘ ଅଢେଇ ବର୍ଷ ପରେ ବୈଠକ ହେବା ନେଇ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରେ କହିଥିଲେ ଯେ, ପ୍ରତି ଦୁଇ ମାସରେ ବୈଠକ ହେବା କଥା, ମାତ୍ର କାହିଁକି ବୈଠକ ହେଉ ନ ଥିଲା ତାହା ପୂର୍ଵ ସରକାର ଙ୍କ ଅପାରଗତା ଏବଂ ବର୍ତମାନ ସମସ୍ତ ଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ର ବିକାଶ ହେବ ତା ସହ ଏହା ଚୁପ ସରକାର ନାହିଁ, ସମସ୍ତ ପ୍ରତିନିଧି ମାନେ ଖୋଲା ଖୋଲି ନିଜ ନିଜ ଅଞ୍ଚଳ ର ସମସ୍ୟା ବିଷୟରେ ବୈଠକ ରେ କହିବେ!ସଭା ପ୍ରାରମ୍ଭ ରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ପ୍ରାରମ୍ଭ ରେ ଅତିଥି ପରିଚୟ ପ୍ରଦାନ କରିଥିଲେ!ଆଜିର ଉକ୍ତ ବୈଠକ ରେ 54 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା, ବ୍ଲକ ଅଧକ୍ଷା ଚିନି, ଉଷାରାଣି, ଙ୍କ ସହ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ /ସଭ୍ୟା ଉପସ୍ଥିତ ଥିଲେ!
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ