ପ୍ରହସନ ପାଲଟିଛି କି ପଥ ପାର୍ଶ୍ଵ ବନୀକରଣ ଯୋଜନା ପାଣିରେ ପଡୁଛି ବନବିଭାଗ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା

Spread the love

ଦିଗପହଣ୍ଡି : ପ୍ରତି ବର୍ଷ ବନ ବିଭାଗ ପକ୍ଷରୁ ମୋ ପାଇଁ ଗଛ ଟିଏ , MGNREGA ବିଭିନ୍ନ ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସରକାର ଦେଉଛନ୍ତି କିନ୍ତୁ ? ଆମେ କହୁଛୁ ଦିଗପହଣ୍ଡି ବନାଞ୍ଚଳ ର କଥା ଏହି ବନଖଣ୍ଡର ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ବନବିଭାଗ ପକ୍ଷରୁ ପଥପାର୍ଶ ବନୀକରଣ ଯୋଜନା ହେଉଛି କିନ୍ତୁ ତାହା ପ୍ରହସନରେ ପରିଣତ ହେଉଛି I ଯୋଜନାର ସଠିକ ରୂପାୟନ ହୋଇନଥିବାରୁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଣିରେ ରେ ପଡ଼ିଥ‌ିବା ନେଇ ଅଭିଯୋଗ ହେଉଛି। ଅଭିଯୋଗ କୁ ଭିର୍ତ୍ତି କରି ଆମେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ ଙ୍କୁ ଯୋଗାଯୋଗ କରିଥିଲୁ ହେଲେ ସେ କହିବା ଅନୁଯାଇ ବନ ବିଭାଗ ର ଅର୍ଥ ପାର୍ଶ୍ୱ ବିନିକରଣ ହେଉଛି କିନ୍ତୁ କେଉଁ କେଉଁ ଜାଗାରେ କିଛି ରକ୍ଷଣା ବେକ୍ଷଣ ହେଉଛି ଓ କିଛି ବାକି ରହିଛି ତାହାର ସମାଧାନ ଶୀଘ୍ର କରିବୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ! ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ମାତ୍ର ସେଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ମଧ୍ଯ ଗଛ ବଞ୍ଚିପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ମନରେଗା ଯୋଜନାରେ ପଥପାର୍ଶରେ ବନୀକରଣ ପାଇଁ ଆସୁଥିବା ଟଙ୍କାକୁ ବନବିଭାଗ ପକ୍ଷରୁ ହରିଲୁଟ କରାଯାଉଥୁବା ଅଞ୍ଚଳବାସୀ ଅଭିଯୋଗ କଲେ ମଧ୍ୟ କିଛି ଫରକ ପଡୁନି ! ବିଗତ ଦିନରେ କରାଯାଇଥିବା ବନୀକରଣକୁ ନେଇ ରାସ୍ତା କଡ଼ରେ କୌଣସି ସୂଚନା ଫଳକ ଲଗାଯାଉ ନ ଥିବାରୁ କେଉଁ ଆର୍ଥକ ବର୍ଷରେ କେତେ ଗଛ ଲଗାଯାଇଥିଲା ଓ ଏଥିପାଇଁ କେତେ ଟଙ୍କା ବ୍ୟୟ ହୋଇଥିଲା ସେ ସମ୍ପର୍କରେ କିଛି ଜଣାପଡ଼ୁ ନାହିଁ । ତେବେ ଲଗାଯାଇଥିବା ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ଟଙ୍କା ସବୁ ହରି ଲୁଟ କରାଯାଉଥିବା ନେଇ ଅଭିଯୋଗ ହେଲେ ମଧ୍ୟ୍ୟ କିଛି ପ୍ରଭାବ ଅଧିକାରୀ ଙ୍କ ଉପରେ ପଡୁନାହିଁ ! ବିଭାଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅଭିଯୋଗ ର ଉଚ୍ଚ ସ୍ତରୀୟ ତଦନ୍ତ ସହ ରାସ୍ତା କଡ଼ରେ ପୁଣି ବୃକ୍ଷ ରୋପଣ କରିବାକୁ ଦାବି ହେଉଥିବା ଏରିଆ ରେ ଚର୍ଚ୍ଚା ଜୋର ଧରିଛି । ଏହା ସହ ଗ୍ରାମାଞ୍ଚଳ ରେ ରହିଥ‌ିବା ବୃକ୍ଷ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯିବାକୁ ଅଞ୍ଚଳବାସୀ ଅନୁରୋଧ କରୁଛନ୍ତି ।

error: Content is protected !!
Breaking News