ବୁଗୁଡା : ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର। ସେହି ଟ୍ରାନ୍ସଫର୍ମର ନିକଟରେ ଚରୁଅଛି ଏକ ଗାଈ। ଯଦି ଗାଈଟି ଚାରିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟକୁ ଯାଇ ଦେହରେ ମଶା କିମ୍ବା ମାଛି ବସିଲେ ଗାଈଟି ଲାଞ୍ଜରେ ଝାଡ଼ି ହୁଏ, ତେବେ ଗାଈର ଲାଞ୍ଜ ଟ୍ରାନ୍ସଫର୍ମର ତାରକୁ ଲାଗିଲେ ଗାଈ ମୃତ୍ୟୁ ମୁଖରେ ପଦବା ଯଥେଷ୍ଟ ସମ୍ଭାବନା ରହିଅଛି। ଏହିପରି ବିପଦ ପୂର୍ଣ୍ଣ ଟ୍ରାନ୍ସଫର୍ମର ଦେଖିବାକୁ ମିଳିଛି ବୁଗୁଡା ବ୍ଳକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମରେ।
ଟ୍ରାନ୍ସଫର୍ମର କଡରେ ଯାଇଛି ପୂର୍ତ୍ତ ବିଭାଗର ମୁଖ୍ୟ ସଡକ। ସମ୍ମୁଖରେ ଅଛି ପ୍ରାଥମିକ ବିଦ୍ୟାଳୟ। ଏହିପରି ସମ୍ବେଦନଶୀଳ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବା ବେଳେ କିପରି ମୁକୁଳା ରଖିଛନ୍ତି ଆଶ୍ଚର୍ଯ୍ୟ ଲାଗୁଅଛି। ତୁରନ୍ତ ଟ୍ରାନ୍ସଫର୍ମର ଚାରିପଟେ ଆବରଣ କରିବାକୁ ଜନସାଧାରଣ ଦୃଢ଼ ଦାବି ଜଣାଇଛନ୍ତି। ଯଦି କୌଣସି ପ୍ରକାର ଅଘଟଣ ଘଟେ ସେଥିପାଇଁ ବିଦ୍ୟୁତ ବିଭାଗ ସମ୍ପୂର୍ଣ ଦାୟୀ ରହିବେ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି।
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା