ବ୍ରହ୍ମପୁର : ଗୋମାତାଙ୍କ ସେବାରେ ସମସ୍ତଙ୍କୁ ଟପିଗଲେ କୁନି ପିଲାମାନେ। ବିଭିନ୍ନ ସମୟରେ ପଶୁପକ୍ଷୀ ଅସୁବିଧାରେ ପଡ଼ିଥିଲେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମାଜସେବୀ, ପଶୁପ୍ରେମୀ ଓ ପଶୁ ବିଭାଗ କର୍ମଚାରୀମାନେ ଆଗେଇ ଆସୁଥିବାର ବହୁ ନଜିର ରହିଛି। କିନ୍ତୁ ଏସବୁକୁ ଟପି ଗୋଷାଣୀନୂଆଗାଁ, ୱାର୍ଡ ନମ୍ବର -୨୬ ସ୍ଥିତ ନୀଳକଣ୍ଠ ନଗର ୩ୟ ଗଲିରେ ଏକ ଗାଈ ପ୍ରସବା ବେଦନାରେ ଛଟପଟ ହେଉଥିବା ଦେଖି ଅଞ୍ଚଳର କୁନି ପିଲାମାନେ ତାର କଷ୍ଟ ସହିନପାରି ତା ନିକଟରେ ପହଞ୍ଚି ତାକୁ ସାନ୍ତ୍ଵନା ଦେବାପରି ତାର ଚାରିପାଖରେ ବସି ରହିଥିଲେ। ଏହା ଦେଖି ଉକ୍ତ ଅଞ୍ଚଳର ଛାତ୍ର ବିକାଶ ଗୌଡ଼ ଘଟଣା ସମ୍ପର୍କରେ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରିବା ସହ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ପଶୁ ସହାୟକ ନମ୍ବର ୧୯୬୨କୁ ଜଣାଇଥିଲେ । କିନ୍ତୁ ପଶୁ ଚିକିତ୍ସାଳୟ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଛୁଆଟିକୁ ଜନ୍ମ ଦେଇଥିଲା । ବର୍ତ୍ତମାନ ଉଭୟ ଛୁଆ ଓ ମା ସୁସ୍ଥ ଥିବା ଜଣାପଡିଛି । କୁନି ପିଲାମାନଙ୍କର ପ୍ରସବା ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭାଣୀ ଗାଈଟିକୁ ଦେଖାଇଥିବା ଉଦାରତା ପଣିଆକୁ ସହରବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।
More Stories
13.01.2025
4-12-2024
25-11-2024