ପୁଅକୁ ଖୋଜୁଛି ମାଆ, କୋଉଠି ଯାଇଛି ଠିକଣା ବି ପାଉନି , ଯାହାକୁ ଦେଖୁଚି କାକୁତି ମିନତୀ ହୋଇ ପୁଅର ସନ୍ଧାନ ପଚାରୁଛି | ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ମାଆ ଟି ଆଜି ପୁଅ ପାଇଁ ହୋଇପଡିଛି ପାଗଳ ପ୍ରାୟ, ଅନ୍ୟ ଠାରୁ ଧାର, କରଜ ଆଣି ଏ ସହର ରୁ ସେ ସହର ଖୋଜି ଚାଲିଛି ନିଜର ହଜିଲା ପୁଅକୁ, ଯାହାକୁ ଦେଖୁଛି ତାକୁ ପୁଅର ଫଟୋ ଦେଖାଇ କାହା ପାଖରୁ ସନ୍ଧାନ ପାଉନ ଥିବାରୁ ଆଖିରୁ ଲୁହ ଗଡ଼ାଇ ଭୋ ଭୋ ହେଇ କାନ୍ଦି ପକାଉଛି l ହଁ ଦର୍ଶକ ବନ୍ଧୁ ଏହି ଦୁଃଖିନୀ ମାଆ ଟି ନିଜର ପଢୁଆ ପୁଅକୁ ଖୋଜି ଖୋଜି ପହଞ୍ଚି ଯାଇଛି ବନ୍ଦରନଗରୀ ପାରାଦୀପ ରେ l ୨୦୨୪ ଜୁଲାଇ ୨୩ ତାରିଖ,ଏରସମା ଥାନା ଜାନକାଦେଇପୁର,ଲଛମନକଣା ଗ୍ରାମର ଗୀତାଞ୍ଜଳି ଓଝାଙ୍କ ପୁଅ ରାଜକିଶୋର ଓଝା ଯାଇଥିଲା କଲେଜ କୁ, ହେଲେ କଲେଜ ରୁ ଆଉ ଘରକୁ ଫେରିନ ଥିଲା , ପ୍ରତ୍ୟେକ ଦିନ ଭଳି ପୁଅର ଫେରିବା ବାଟକୁ ମାଆ ଚାହିଁ ଥାଏ ସେଦିନ ସମୟ ଗଡିଯିବା ପରେ ପୁଅ ନ ଆସିବାରୁ ପୁଅକୁ ଖୋଜିବା ଆରମ୍ଭ କରିଦେଇଥିଲା ମାଆ , କଲେଜକୁ ଯାଇ କଲେଜରେ ନ ପାଇବାରୁ ଏରସମା ଥାନାରେ ପୁଅର ନିରୁଦ୍ଦିଷ୍ଟ ହୋଇଥିବା ନେଇ ଅଭିଯୋଗ କରିଥିଲେ l ସେହିଦିନ ଠାରୁ ମାଆ ଟି ନିଜର ପୁଅକୁ ଖୋଜିବା ଆରମ୍ଭ କରିଛି,ହେଲେ ପୁଅକୁ ପାଉନି, ବିଭିନ୍ନ ସ୍ଥାନ ଖୋଜାଖୋଜି କରିବାପରେ ବନ୍ଦର ନଗରୀ ରାଜରାସ୍ତା ରେ ବୁଲା ବୁଲି କରୁଥିବା ସମୟରେ ଆମ ପ୍ରତିନିଧିଙ୍କ ସହିତ ଦେଖା ହୋଇଥିଲେ l ଛଳଛଳ ଆଖିରେ ନିଜର ଦୁଃଖ ଜଣାଇବା ସହିତ ଓଡିଶାସରକାର ଏବଂ ଓଡିଶାର ଜନସାଧାରଣ ଙ୍କୁ କାନ୍ଦିକାନ୍ଦି ନିଜର କୋହ ଭରା ହୃଦୟ ରେ ଗୁହାରି କରି ଜଣାଇଛି ମାଆ , ଯଦି କେହି ସହୃଦୟ ବ୍ୟକ୍ତି ରାଜକିଶୋର ର ସନ୍ଧାନ ପାଆନ୍ତି ତେବେ 9937961708 ଏହି ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରି କହିଛି ମାଆ l
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ