ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡରେ ସୁଭଦ୍ରା ଯୋଜନାରେ ଡିସେମ୍ବର 31 ତାରିଖ ସୁଦ୍ଧା 34000 ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଯୋଜନା କରାଯାଇଛି l ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରଣ ନିମନ୍ତେ ଆଧାରକାର୍ଡ଼, ମୋବାଇଲ ନମ୍ବର ଏବଂ ଆଧାରକାର୍ଡ଼ ସହ ମୋବାଇଲ ନମ୍ବର ଲିଙ୍କ ବାଧ୍ୟତାମୂଳକl କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ହିତାଧିକାରୀଙ୍କ ଆଧାରକାର୍ଡ଼ ନଥିବା ବେଳେ ଅନ୍ୟ କିଛି ହିତାଧିକାରୀଙ୍କ ଆଧାରକାର୍ଡ଼ ସହ ପାନ କାର୍ଡ କିମ୍ବା ଫୋନ ନମ୍ବର ଲିଙ୍କ ହୋଇନଥିବା ଦେଖିବାକୁ ମିଳିଛି l ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ନିଜ କାଗଜପତ୍ର ସଠିକ କରିବା ପାଇଁ ଅତ୍ୟଧିକ ଭିଡ ଜମୁଥିବା ଦେଖିବାକୁ ମିଳୁଛିl ଏହାର ଫାଇଦା ଉଠାଇ ଜନସେବା କେନ୍ଦ୍ର ଗୁଡିକ ସରକାରଙ୍କ ଦିଆଯାଇଥିବା ନିର୍ଦ୍ଧାରୀତ ମୂଲ୍ୟ ଠାରୁ ଢେର ଅଧିକ ଟଙ୍କା ଶୋଷଣ କରୁଥିବା ନଜରକୁ ଆସୁଛିl ପୂର୍ବରୁ ଆଧାରକାର୍ଡ଼ ପଞ୍ଜୀକରଣ ଓ ସଂଶୋଧନ ପାଇଁ କେନ୍ଦ୍ର ସରକାର ନିର୍ଦ୍ଧେଶରେ ଉଭୟ ପୋଷ୍ଟ ଅଫିସ ଏବଂ ବିଏସଏନଏଲ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ମୂଲ୍ୟରେ ସେବା ପାଇପାରୁଥିଲେ l ବର୍ତ୍ତମାନ ଏହି ସେବା ବନ୍ଦ ରହିଥିବାରୁ ଜନସାଧାରଣ ଅଧିକ ଖର୍ଚ୍ଚାନ୍ତର ଶିକାର ହେବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିlଏଣୁ ପୁଣି ଏହି ସେବା ଉଭୟ କାର୍ଯ୍ୟାଳୟରେ ଲାଗୁ କରିବା ପାଇଁ ସାଧାରଣରେ ଦାବି ହେଉଛି l ଅନ୍ୟ ପକ୍ଷରେ ଶୁଭଦ୍ରା ଯୋଜନାରେ ସାମିଲ କରାଇଦେବା ନାମରେ ଦଲାଲ ଓ ଲୁଟେରା ସକ୍ରିୟ ହୋଇଥିବା ଶୁଣିବାକୁ ମିଳୁଛି l କିଛି ଦଲାଲ ହିତାଧିକାରୀଙ୍କ ଠାରୁ ବ୍ୟାଙ୍କ ପାସ ବୁକ, ଆଧାର କାର୍ଡ, ପାନ କାର୍ଡ ଆଦିର ନକଲ ସଂଗ୍ରହ କରୁଥିବା ଶୁଣିବାକୁ ମିଳୁଛି l ଏ ସମ୍ପର୍କରେ ସିଡିପିଓ ସୁଷମା ପ୍ରସାଦଙ୍କୁ ପଚାରି ବୁଝିବାରୁ ସମସ୍ତ ଆବେଦନ ଫର୍ମ ଅଙ୍ଗନବାଡ଼ି ଏବଂ ମୋ ସେବା କେନ୍ଦ୍ରରୁ ଉପଲବ୍ଧ ହେଇପାରିବ ଏବଂ ହିତାଧିକାରୀ ମାନେ ପୋର୍ଟାଲ ସିଧାସଳଖ ଅପଲୋଡ଼ କରିପାରିବେ ଓ ଏତତ ସମ୍ପର୍କୀୟ ଆର୍ଥିକ ଲେନଦେନ ନିମନ୍ତେ କିଓସ୍କ ବ୍ୟାଙ୍କର ସାହାରା ନେଇପାରିବେ, ଏତତ ବ୍ୟତୀତ କୌଣସି ମଧ୍ୟବର୍ତ୍ତୀ ଲୋକର ପ୍ରଲୋଭନ ରେ ନପଡ଼ି ସିଧାସଳଖ ସରକାରୀ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ପାଇଁ ସୂଚନା ଦେଇଛନ୍ତି l
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025