ଦଶପଲ୍ଲା : ବଲାଙ୍ଗୀର ରେଳ ପ୍ରକଳ୍ପ ରେ କ୍ଷତିଗ୍ରସ୍ତ ଜମିର କ୍ଷତି ପୂରଣ ପାଇବା ନିମନ୍ତେ ଜୁଲାଇ ୨୦ ତାରିଖରେ ବିଭାଗୀୟ କର୍ମକର୍ତ୍ତା ତଥା ପ୍ରଶାସନିକ ଅଧୂକାରୀ ମାନଙ୍କ ସହିତ ଆଲୋଚନା ଓ ମିଳିଥିବା ପ୍ରତିଶୃତି ଅଦ୍ୟାବଧ
ପୁରଣ ହୋଇ ନଥିବାରୁ ଅଗଷ୍ଟ ୧୬ ତାରିଖ ସକାଳୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ପୂଜକ ସଂଘ, ଦଶପଲ୍ଲା ସପରିବାର ମନ୍ଦିର ସମ୍ମୁଖରେ ଗଣଧାରଣା ଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଭାବେ
ସ୍କାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ମନ୍ଦିରର ପୂଜକ ମାନେ ରାଜାରାଜୁଡା ଅମଳରୁ ବଂଶାନୁକ୍ରମେ
ଠାକୁରଙ୍କ ପୂଜା କରିବା ସହିତ ଠାକୁରଙ୍କ ଜମି ଭୋଗ ଦଖଲ କରି ଆସୁଥିବା ବେଳେ ରେଳ ଲାଇନ ପାଇଁ ଜାଗା ଯିବା ପରେ
ଅଦ୍ୟାବଧୂ କ୍ଷତି ପୂରଣ ମିଳିନାହିଁ। ଏହାର ପ୍ରତିବାଦରେ ପୂଜକ ମାନେ ମନ୍ଦିର ସମ୍ମୁଖରେ ଧାରଣା ଦେଇଥିଲେ। ଏନଏସି ଅଧ୍ୟକ୍ଷା
ପୁନମ୍ ପ୍ରିୟଦର୍ଶିନୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ, ବିଡ଼ିଓ ସାରଦା ପ୍ରସାଦ ମହାନ୍ତି ଓ ଥାନା ଅଧିକାରୀ ମୁକେଶ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖୁଥିଲେ। କିନ୍ତୁ ଅଦ୍ୟାବଧି ଦାବି ପୂରଣ ନ ହେବାରୁ ଗତକାଲି ପୃଜକ ସମାଜ ଦଶପଲ୍ଲା ତହସିଲଦାର କୁଂ ଭେଟି ପୁନର୍ବାର ଦାବି ଉପସ୍ଥାପନ କରିଥିଲେ । କିନ୍ତୁ କୈlଣଷି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଆସନ୍ତା ୧୬ ତାରିଖ ରୁ ପୁନର୍ବାର ଆନ୍ଦୋଳନ କୁ ଓଲ୍ଲାଇବାକୁ ପୂଜକ ସମାଜ ନିସ୍ପତ୍ତି ନେଇଥିବା ଗଣମାଧ୍ୟମ କୁ ଜଣାଇଛନ୍ତି ।
More Stories
13.01.2025
4-12-2024
25-11-2024