ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟାଙ୍କ ଦ୍ବାଦଶ ରେ ସ୍ମୃତି ସଭା ଏବଂ ରକ୍ତଦାନ ଶିବିର

Spread the love

ଶେରଗଡ: ଶେରଗଡ ପଞ୍ଚାୟତ ସମିତି ୫୬ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ମହାଲକ୍ଷ୍ମୀ ପଟ୍ଟନାୟକଙ୍କ ଗତ ୧୬ ତାରିଖ ଦିନ ଦେହାନ୍ତ ଘଟିଥିଲା। ଆଜି ତାଙ୍କର ଦ୍ବାଦଶ ତିଥି ଅବସରରେ ଶେରଗଡ ବ୍ଲକ ର ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ପିତ୍ତଳ ସରପଞ୍ଚ ରାମରାଘବ ପାତ୍ର,ରାଜ୍ୟ ସଂପାଦକ ନିଳମଣୀ ପଟ୍ଟନାୟକ,କୁମାରପାଣି ସରପଞ୍ଚ ଉଦୟନାଥ ପ୍ରଧାନ, ବରିଷ୍ଠ ନେତା ହୀନ ବେହେରା, ପୂର୍ବତନ ବ୍ଲକ ବିଜେଡି ସଭାପତି ଦିଗାମ୍ବର ନାହାକ,ସମୀର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ,ବିଜେପି ନେତା ଅମ୍ବିକା ପ୍ରସାଦ ପଣ୍ଡା ଙ୍କ ସହିତ ବହୁ ବ୍ୟକ୍ତି ବିଶେଷ ଏବଂ ରାଜନୈତିକ କର୍ମୀ ଯୋଗ ଦେଈ ଶ୍ରୀମତି ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଈଯାଈଛି। ଏଥିରେ ବ୍ରହ୍ମପୁର ରକ୍ତ ଭଣ୍ଡାର ର ରକ୍ତ ସଂଗ୍ରହକାରୀ ଟିମ ଯୋଗ ଦେଇ ୧୯ ଉତ୍ସାହୀ ଯୁବକ ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।

error: Content is protected !!
Breaking News