ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ଅଗଷ୍ଟ ୧୫ରେ ହର ଘର ତ୍ରିରଙ୍ଗା ଉଡାଇବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଶୋଭାଯାତ୍ରା ଟି ଏନଏସି ଅଫିସ ପରିସରରୁ ଆରମ୍ଭ ହୋଇ କାଳୀମଦିର ଛକ ଦେଇ ବ୍ଲକ ପରିସରରେ ସମାପ୍ତ ହୋଇଥିଲା l ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାକୁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା ନେତୃତ୍ୱ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ଦେଶ ସ୍ୱାଧୀନତା ପାଇବାବେଳେ ଦେଶ ପାଇଁ ବଳିଦାନ ଦେଇଥିବା ବୀରଙ୍କ ସୃତି ଚାରଣ ପାଇଁ ପ୍ରୟାସ l ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଭାରତ ମତାଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନରେ ଆମର ଜାତୀୟ ପତଳା ତ୍ରିରଙ୍ଗା ଉଡାଇବା ପାଇଁ ଆହ୍ୱାନ ଦିଆଯାଇଥିଲା lଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା , କାଉନସିଲର ଅଶୋକ କୁମାର ମହାଙ୍କୁଡ, ଅରୁଣ କୁମାର ମହାଙ୍କୁଡ,ଲିଙ୍ଗରାଜ ବେହେରା, ଭାସ୍କର ବେହେରା,ଯମୁନା ବେହେରା,ସୁଦଷ୍ଣା ବେହେରା, ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ଭାଗିରଥି ବେହେରା, ବିପ୍ର ଚରଣ ବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା,ବିଡ଼ିଓ ମନୋଜ କୁମାର ନାୟକଙ୍କ ସହିତ ସମସ୍ତ ଏନଏସି କର୍ମଚାରୀ, ବ୍ଲକ କର୍ମଚାରୀ, ସ୍ୱଚ୍ଛ ସାଥି, ସ୍ୱୟଂ ସହାୟକ ଗୋଷ୍ଠୀ, ଜଳସାଥୀ, ଏବଂ ସର୍ବସାଧାରଣ ନାଗରିକ ମାନେ ଉପସ୍ଥିତ ରହି ଏକ ବିରାଟ ଶୋଭାଯାତ୍ରାରେ ବାହାରୀ ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟାଳୟରୁ ବାହାରୀ କାଳୀମନ୍ଦିର ଛକ ଦେଇ ବ୍ଲକ ପରିସରରେ ଏକ sing ଅଭିଯାନ କରାଯାଇଥିଲା l
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ