ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀଙ୍କ ବିବାଦର ଅବସାନ

Spread the love

ଗଣିଆ : ଗଣିଆ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଚାଲିଥିବା ଅଧ୍ୟକ୍ଷା _କର୍ମଚାରୀ ବିବାଦର ଅବସାନ ଘଟିଛି । ଉପଜିଲ୍ଲାପାଳ କର୍ଣ୍ଣ ସମାଦାରଙ୍କ ହସ୍ତକ୍ଷେପ ପରେ ରଫାଦଫା ହୋଇଯାଇଛି ବିବାଦ । ଉପଜିଲ୍ଲାପାଳ ଏବଂ ଅଧ୍ୟକ୍ଷାଙ୍କ ବୟାନରୁ ଜଣାପଡିଛି ଯେ କର୍ମଚାରୀ ମାନଙ୍କର ସ୍ବାର୍ଥରେ ଆଞ୍ଚ ଆସିବା ଯୋଗୁଁ ସେମାନେ ବିଭିନ୍ନ ଅଭିଯୋଗ କରିଥିଲେ । ଯାହାର କୈାଣସି ସତ୍ୟତା ନଥିବା ଉପଜିଲ୍ଲାପାଳଙ୍କ ତଦନ୍ତରୁ ଜଣାପଡିଥିଲା । ଉପଜିଲ୍ଲାପାଳ ଅଧ୍ୟକ୍ଷାଙ୍କୁ କ୍ଳିନଚିଟ୍ ଦେଇଥିବା ବେଳେ ଅଧ୍ୟକ୍ଷା ଯେଉଁ ସବୁ ଆଇନ କାନୁନ ପ୍ରଣୟନ କରିଛନ୍ତି ସେସବୁକୁ କର୍ମଚାରୀ ମାନେ ମାନିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ୍ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ ଅନୁଯାୟୀ ଶିକ୍ଷକ ଓ ଅଣ ଶିକ୍ଷକମାନେ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

ସେହିପରି କେବଳ ଅତିଥି ଶିକ୍ଷକମାନେ ପୂର୍ବ ନିର୍ଘଣ୍ଟ ଅନୁଯାୟୀ ସପ୍ତାହରେ ୩ ଦିନ କାର୍ଯ୍ୟ କରିବେ । ଅଧକ୍ଷା ଶିକ୍ଷକ ଓ ଅଣଶିକ୍ଷକମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କ ଛୁଟି ଓ ସମସ୍ୟା ପ୍ରତି ଧାନ ଦେବେ । କୌଣସି କର୍ମଚାରୀ ଅଧକ୍ଷାଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ ବୋଲି ଉପ ଜିଲ୍ଲାପାଳ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ନିର୍ଦ୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ସମାଧାନ ପରେ କର୍ମଚାରୀ ମାନଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରିକି ପୂର୍ବତନ ଅଧ୍ୟକ୍ଷ ଦୀର୍ଘ ୪୦ ବର୍ଷ ଧରି ଦାୟିତ୍ବରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କେହି ପାଟି ଫିଟାଉନଥିବା ବେଳେ ମାତ୍ର ୪ ମାସ ମଧ୍ୟରେ ନୂତନ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗକୁ ସହଜରେ ଗ୍ରହଣ କରୁନାହାନ୍ତି ବୁଦ୍ଧିଜୀବୀ ।

ଏ ସମ୍ପର୍କରେ ଅଧ୍ୟକ୍ଷା ସଲିଳା ସେଠୀଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ ବୋଲି ସେ ଜଣାଇବା ସହିତ ସମସ୍ତ ପ୍ରକାର ତଦନ୍ତର ସେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଅଧ୍ୟକ୍ଷାଙ୍କର ଏଭଳି ବୟାନ ତାଙ୍କ ସଚ୍ଚୋଟତାର ପ୍ରମାଣ ଦେଉଥିବା ବେଳେ କର୍ମଚାରୀ ମାନଙ୍କ ନିରବତାରୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଅବସାନ ଯୋଗୁ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

error: Content is protected !!