ରହସ୍ୟ ଘେରରେ ପିସିଆର ଡ୍ରାଇଭର ମୁର୍ତ୍ୟୁ ଘଟଣା | ଗୋଟେ ପଟେ ଶବ ଜବତକରି ବ୍ୟବଛେଦ ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଦେଇ ଥିଲାବେଳେ ପରିବାର ଲୋକ ଆଣିଥିବା ଅଭିଯୋଗ ଘଟଣାକୁ ସଙ୍ଗୀନ କରି ଦେଇଛି | ପରିବାର ତରଫରୁ ହୋଇଥିବା ଅଭିଯୋଗ ଅନୁଯାୟୀ ଅଗଷ୍ଟ ୧୬ ତାରିଖ ରେ ପାରାଦ୍ୱୀପ ରେ ଥିବା ଚି଼ନେଇ ରାଧା ଇଂଜିନିୟରିଙ୍ଗ କମ୍ପାନୀ ର କିଛି ଲୋକ ଏବଂ ବରିଷ୍ଠ ଅଧିକାରୀ ସୁକେଶ କୁ ମାଡ଼ ମାରି ପୁଅକୁ ଥାନାକୁ ନେଉଥିବାବେଳେ ଜଗନ୍ନାଥ କଲୋନୀର ଜଣେ ଭଦ୍ର ବ୍ୟକ୍ତିଙ୍କ ମଧ୍ୟସ୍ଥତା ଯୋଗୁ ପୁଅକୁ ଛାଡି ଦେଇଥିଲେ ବୋଲି ମୃତ ସୁକେଶର ମାଆ କ୍ରିଷ୍ଣା ମଣ୍ଡଳ କହିଛନ୍ତି | କୋଉ ଘଟଣାକୁ ନେଇ ମାଡ଼ ମାରି ସୁକେଶକୁ ଥାନାକୁ ନେଉଥିଲେ ଘଟଣା ବିଷୟରେ ସୁକେଶର ମାଆ ଜାଣିବାକୁ ଚାହିଁ ଥିଲାବେଳେ ଶାନ୍ତ ସରଳ ସ୍ୱଭାବ ଥିବା ଏକ ମାତ୍ର ରୋଜଗାରିଆ ପୁଅର ନ୍ୟାୟ ପାଇଁ ଆକୁଳ ନିବେଦନ କରି କହିଛନ୍ତି ମାଆ କ୍ରିଷ୍ଣା ମଣ୍ଡଳ | ମାଡ଼ ଖାଇବା ଦିନ ଠାରୁ ସୁକେଶ ମାନସିକ ଚାପରେ ଥିଲାବେଳେ ଘଟଣାର ୪ ଦିନ ପରେ ସୁକେଶ ର ମୋବାଇଲ ନମ୍ବରକୁ ପରିବାର ଲୋକ ବାରମ୍ବାର ରିଙ୍ଗ କରିଥିଲେ ସୁଦ୍ଧା ସୁକେଶ ଫୋନ କଲ ନ ଧରିବା କାରଣରୁ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜା ଖୋଜି କରି ନ ପାଇବାରୁ ଗତ ୨୧ ତାରିଖରେ ପରିବାର ଲୋକ ପାରାଦ୍ୱୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ କୁ ଭିତିକରି ପୋଲିସ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ ଆରମ୍ଭ କରିଦେଇଥିଲାବେଳେ ୭ ଦିନ ପରେ ସୁକେଶ ସହିତ ଝଗଡା ହୋଇଥିବା ସ୍ଥାନ ଠାରୁ କିଛି ଦୂରରେ ସୁକେଶ ର ଗଳିତ ମୃତଦେହ ଉଦ୍ଧାର ହୋଇଛି | ଯାହାକୁ ନେଇ ସୁକେଶର ମାଆ କ୍ରିଷ୍ଣା ମଣ୍ଡଳ ଓ ସାଙ୍ଗ ମାନେ ଚି଼ନେଇ ରାଧା କମ୍ପାନୀର ବରିଷ୍ଠ ଅଧିକାରୀ ମଣ୍ଡଳ ଏବଂ ସେହି ଜଗନ୍ନାଥ ବସ୍ତିରେ ରହୁଥିବା ଏକ ମହିଳା ଯୋଜନାବଧ ଭାବେ ମାରି ଦେଇଛନ୍ତି ବୋଲି ସିଧା ସଳଖ ଅଭିଯୋଗ କରିଛନ୍ତି | ଘଟଣାକୁ ନେଇ ଉକ୍ତ ମହିଳା ଓ କମ୍ପାନୀର ଅଧିକାରୀ ଙ୍କୁ ପୋଲିସ ପଚାର ଉଚରା କରିଥିବା ସୂଚନା ମିଳିଛି | ସୁକେଶ ଜଣେ ଶାନ୍ତ ସରଳ ସ୍ୱଭାବ ପିଲା ଥିଲାବେଳେ ଝଗଡା ଏବଂ ପାଟିତୁଣ୍ଡ ଠାରୁ ଦୁରେଇ ରହୁଥିବା ପିଲାକୁ ଯୋଉମାନେ ବିଭଛ ଭାବେ ହତ୍ୟା କରିଛନ୍ତି ସେମାନଙ୍କୁ ପୋଲିସ ଯଦି ନ ଧରେ ତେବେ ଏମିତି ଆହୁରି କେତେଯେ ଅଘଟଣ ନ ଘଟିବ କିଏବା କହିବ ବୋଲି ସୁକେଶର ସାଙ୍ଗ ମାନେ କହିଛନ୍ତି | ତେବେ ସୁକେଶ ମଣ୍ଡଳ ମୁର୍ତ୍ୟୁ ଘଟଣା ରହସ୍ୟ ଭିତରେ ଥିଲାବେଳେ ପୋଲିସ ତଦନ୍ତକୁ କେତେ ଗୁରୁତ୍ୱ ଦେଉଛି ଏବଂ ମୂର୍ତ୍ତକ ସୁକେଶ ପରିବାରକୁ କିପରି ନ୍ୟାୟ ପ୍ରଦାନ କରୁଛି ତାହା ସମୟ କହିବ | ଅପରପକ୍ଷେ ଏଇ ଭଳି ଲୋମ ଟାଙ୍କୁରା ଘଟଣା କୁ ନେଇ ଭୟରେ ସୁକେଶର ସାଙ୍ଗ ମାନେ ଥିଲାବେଳେ ପୂର୍ବରୁ ବହୁ ଚର୍ଚ୍ଚିତ ମୁନ୍ନାପତି ମୃତ୍ୟୁ ଘଟଣା ଯୋଉଭଳି ରହସ୍ୟମୟ ହୋଇ ରହିଯାଇଛି ସୁକେଶ ମଣ୍ଡଳର ମୃତ୍ୟୁ ଘଟଣା ସେଇଭଳି ରହସ୍ୟମୟ ହୋଇ ରହି ଯିବନି ତ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି |
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ