ରାଇକମା ଆଶ୍ରମ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

Spread the love

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ରାଇକମା ଆଶ୍ରମ ବିଦ୍ୟାଳୟରେ ଆଜି ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଗତବର୍ଷ ଆଜିର ଦିନରେ ଭାରତକୁ ମହାକାଶ ଗବେଷଣା ଓ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଅପୂର୍ବ ସଫଳତା ମିଳିଥିଲା। ଭାରତର ବୈଜ୍ଞାନିକ ମାନଙ୍କ ନିଜସ୍ଵ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରାୟନ -୩ ର ସଫଳ ଉତକ୍ଷେପଣ ଓ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ” ବିକ୍ରମ ” ଲେଣ୍ଡର ର ନିରାପଦ ଅବତରଣ ଏହି ଦିନ ହୋଇପାରିଥିଲା। ଏହି ସମସ୍ତ ଘଟଣା ଏକ ପ୍ରୋଜେକ୍ଟର ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ରଜତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବାବେଳେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ରୂପା ମହାନ୍ତି , ସରସ୍ଵତୀ ଜେନା , ଦୀପାଞ୍ଜଳୀ ଦାସ , ପ୍ରତିମା ପରିଡ଼ା , ସୁବାସିନୀ ପରିଡ଼ା , ସୁକାନ୍ତି ବିଶ୍ବାଳ , ନୀଳାକ୍ଷୀ ଦାସ, ଚିନ୍ମୟ କୁମାର ମହାନ୍ତ , ମ୍ୟାଟ୍ରନ ମାଳତୀ ମାଝୀ, ମଣ୍ଟୁ ମାର୍ଣ୍ଡି , ସୀତା ଟୁଡୁ , ଜୁଲୀ ହେମ୍ବ୍ରମ ପ୍ରମୁଖ।

error: Content is protected !!