କେନ୍ଦୁଝର ସଦର :- ପୂର୍ବତଟ ରେଳପଥ ଅନ୍ତର୍ଗତ ଖର୍ଦ୍ଧା ମଣ୍ଡଳର କେନ୍ଦୁଝରଗଡ଼ ସବୁ ବେଳେ ରେଳବାଇ ତରଫରୁ ଉପେକ୍ଷିତ ହୋଇ ଆସୁଛି। କେନ୍ଦୁଝର ଜିଲ୍ଲାରୁ ରେଳବାଇର ଉଭୟ ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥ ଭରପୁର ରାଜସ୍ବ ପାଉଥିଲେ ମଧ୍ୟ ଜିଲା ବାସୀଙ୍କୁ ଉପଯୁକ୍ତ ରେଳସେବା ମିଳି ପାରୁନାହିଁ।ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା କାଲି କେନ୍ଦୁଝର ଦେଇ ବ୍ରହ୍ମପୁର-ଟାଟା ନଗର ବନ୍ଦେ ଭାରତ ଟ୍ରେନ ଚଳାଚଳ ପାଇଁ ଶୁଭ ଉଦ୍ଘାଟନ ହେଉଥିଲେ ମଧ୍ୟ ବାରମ୍ବାର ସମୟ ପରିବର୍ତ୍ତନ ଯୋଗୁଁ ଯାତ୍ରୀଙ୍କ ମନରେ ଅସନ୍ତୁଷ୍ଟ ଭରି ଦେଇଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ନିଜ ସହରର ଲୋକ ମାନେ ଭୁବନେଶ୍ୱର ଯାଇ ଅଫିସ କାମ କରିବାକୁ କୌଣସି ନିଧିଷ୍ଠ ଟ୍ରେନ ନାହିଁ। କେନ୍ଦୁଝର -ଖୋର୍ଧାରୋଡ଼ ମେମୁ ଟ୍ରେନ ସକାଳ ୬.୩୦ମିନିଟ ରେ ଛାଡ଼ୁଥିଲେ ମଧ୍ୟ ଅହେତୁକ ବିଳମ୍ବ ହୋଇ ଦିନ ବାରଟା ପରେ ପହଞ୍ଚି ଥାଏ।
ଏହାର ଦୀର୍ଘ ସାତ ଘଣ୍ଟାପରେ ବଡ଼ବିଲ ପୁରୀ ଟ୍ରେନ ଅପରାହ୍ନ ୦୧.୩୫ ମିନିଟରେ କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ବାହାରି ସନ୍ଧ୍ୟରେ ଭୁବନେଶ୍ୱର ଓ ବିଳମ୍ବିତ ରାତ୍ରିରେ ପୁରୀରେ ପହଞ୍ଚିଥାଏ ଫଳରେ କେନ୍ଦୁଝର ବାସୀ ଅଫିସ କାମ ପାଇଁ ବିଭିନ୍ନ ହୋଟେଲ, ଲଜ କିମ୍ବା ଧର୍ମଶାଳାରେ ରାତି ବିତାଇ ପରଦିନ ରାଜଧାନୀରେ ଅଫିସ କାର୍ଯ୍ୟ କିମ୍ବା ପୁରୀରେ ନିଜ ଆରାଧ୍ୟ ଠାକୁର ଜଗାଙ୍କୁ ଦର୍ଶନ କରିଥାନ୍ତି।ଅନୁରୂପ ଭାବେ କେନ୍ଦୁଝର ବାସୀ କଲିକତା ସହିତ ବାଣିଜ୍ୟ ଓ ଉଡାଯାହାଜ ଯାତ୍ରା ପାଇଁ ପୂର୍ଣ ନିର୍ଭରଶୀଳ ଥିଲେ ମଧ୍ୟ କେନ୍ଦୁଝରରୁ କଲିକତାକୁ ରେଳସେବା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ ଓ ରେଳମନ୍ତ୍ରୀ ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ କେନ୍ଦୁଝରରୁ ଭୁବନେଶ୍ୱର ଦେଇ ପୁରୀକୁ ସକାଳ ଦଶ ଘଟିକା ସୁଧା ପହଞ୍ଚି ପାରୁଥିବା ଏକ ଦ୍ରୁତ ଗାମୀ ଟ୍ରେନ ସହିତ ବାଂସପାଣିରୁ କେନ୍ଦୁଝର ଦେଇ କଲିକତାକୁ ଅନ୍ୟ ଏକ ଦ୍ରୁତଗାମୀ ପସେଞ୍ଜର ଟ୍ରେନ ଚଳଇବାର ବ୍ୟବସ୍ତା କରି ଯାତ୍ରୀଙ୍କୁ ଉପଯୁକ୍ତ ରେଳସେବା ଯୋଗାଇ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ କୁମାର ବେହେରାଙ୍କ ସମେତ ଉପ ସଭାପତି ସୁରେଶ ଚନ୍ଦ୍ର ପଲେଇ ଦାବି କରିଛନ୍ତି।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ