ରାକ୍ଷୀପୂର୍ଣ୍ଣିମା ରହିଲା ସାକ୍ଷୀ

Spread the love

ଆଜି ରାକ୍ଷୀ ପୂର୍ଣିମା ଭାଇ ହାତରେ ଭଉଣୀ ଵାନ୍ଧିଥାନ୍ତା ରାକ୍ଷୀ । କିନ୍ତୁ ତା ପୂର୍ବରୁ ଦେଖିବାକୁ ମିଳିଛି ଅଘଟଣ । ଏସଂକ୍ରାନ୍ତରେ କହିବାକୁ ଗଲେ, ଲଙ୍ଗଳେଶ୍ବର ଗ୍ରାମର ରଶ୍ମିତା ଦଳେଇ ଓ ସ୍ବାମୀ ଦିଲ୍ଲୀପ ଦଳେଇ ଉଭୟେ ଆତ୍ମହତ୍ୟା କରିଛନ୍ତିବୋଲି ପରିଦୃଶ୍ୟ ମାନ ହୋଇଥିଲା। ରଶ୍ମିତା ଦଳେଇ ବେକରେ ଲୁଗା ଗୁଡେଇ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ଦିଲ୍ଲୀପ ଙ୍କ ମରଶରୀର ତାଙ୍କ ପାଦ ତଳେ ଦଣ୍ଡାୟମାନ ହୋଇ ଥିବା ଜଣାପଡ଼ିଛି । ଏମାନଙ୍କ ର ପୁଅ ଓ ଝିଅ ଦୁଇଜଣ ସନ୍ତାନ ଅଛନ୍ତି । ଏଅଵସରରେ ଖଲ୍ଲିକୋଟ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ, ଏବଂ ଖଲ୍ଲିକୋଟ ର ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଓ ଭେଜିପୁଟଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ତଥା ଅନ୍ୟାନ୍ୟ ପୋଲିସ୍ କର୍ମଚାରୀ ମାନେ ସେଠାରେ ପହଞ୍ଚିଥିଲେ। ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ବାଇଁ ମାଜିଷ୍ଟ୍ରେଟ ସ୍ତରୀୟ ଅଧିକାରୀ ନିରୀକ୍ଷକ ଭାବେ ଯାଞ୍ଚ୍କ ରିସାରିବା ପରେ ପୋଲିସ୍ ଉକ୍ତ ଶଵଦ୍ଵୟକୁ ଜବତ୍ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆତ୍ମହତ୍ୟାର ର କାରଣ ଅସ୍ପଷ୍ଟ ରହିଛି ବୋଲି ଜଣାପଡିଛି। ଖଲ୍ଲିକୋଟ ପୋଲିସ ଏ କ୍ଷେତ୍ରରେ ଅଧିକ ତନାଘନା କରି ଵାର ପରିଲକ୍ଷିତ ‌ହୋଇଛି।

You may have missed

error: Content is protected !!
Breaking News