ଗୁଡାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ଵେଛାକୃତ ରକ୍ତ ଦାନ ଶିବିର

Spread the love

ରାୟଗଡା ଜିଲ୍ଲା ଗୁଡାରି।ଆମ ଓଡିଶା ପକ୍ଷ ରୁ ସେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହଇଛି. ଆମ ଓଡିଶା ଏବଂ ବିଜ୍ଞାନ ଯୁକ୍ତ ୩ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିର କୁ ୨୫ ୟୁନିଟ ରକ୍ତ ସଂଗୃହିତ କରି ଗୁଣୁପୁର ରକ୍ତ ଭଣ୍ଡାର କୁ ପ୍ରେରିତ କରାଯାଇଛି। ରକ୍ତ ଭଣ୍ଡାର ଡାକ୍ତର ସୁଜାତା ଦେବି ଏବଂ ଅମୁଲ୍ୟ କୃଷ୍ଣ ପଣ୍ଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶିବିର କୁ ଅନୁଷ୍ଠାନିକ ଭାବେ ଉଧାଘାଟନ କରିଥିଲାବେଳେ ଗୁଡାରି ସମ୍ବାଦ ପ୍ରତିନିଧି ଜଗନ୍ନାଥ ମିଶ୍ର ଙ୍କ ତତୁ ଆବଦାନ ରେ ଆୟୋଜିତ ଶିବିର ରେ ସାମ୍ବାଦିକ ମାକାରଦ୍ୱାଜ କଦମ୍ବାଳୁ, କୋରଡ଼ା ଶ୍ରୀନିବାସ, ବୀର କେଶ୍ୱର ନନ୍ଦ, ମହାବିଦ୍ୟାଳୟ ର ୟୁଥ ରେଡ଼କ୍ରସ ସଂଯୋଜକ ତଥା ଅଧ୍ୟାପକ ପ୍ରଳୟ ଲାବଣ୍ୟ ଓ ଅନ୍ୟାନ୍ୟ ଶିବିର ପରିଚାଳନା କରି ଥିଲେ।

ଶିବିର ର ଛାତ୍ରଛାତ୍ରୀ ଏବଂ ଆମ ଓଡିଶା ର ଶୁଭେଚ୍ଛା ଗଣ ଉତ୍ସାହ ର ସହ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ। ସେମାନେ ଉମାଶଙ୍କର ଗୌଡ଼, ଲକ୍ଷ୍ମନ ଲିମା, ନିର୍ମଳ ଚନ୍ଦ୍ର ମାହାଙ୍କୁଡ, ଓ ଅନ୍ୟାନ୍ୟ ରକ୍ତ ଦାନ ଦେଇଥିଲେ. ଗୁଣୁପୁର ରକ୍ତ ଭଣ୍ଡାର ଡାକ୍ତର ସୁଜାତା ଦେବୀ, ଟେକ୍ନିଶ୍ୟାନ ଚନ୍ଦ୍ରଶେଖର ପାତ୍ର, ରାକେଶ ପଣ୍ଡା, ଷ୍ଟାପ ନର୍ସ ମୌନବତୀ ଗମାଙ୍ଗ, ରୋଜି ନାୟକ, ସିମାଞ୍ଚଳ ବେହେରା, ଗଣେଶ ପଣ୍ଡା, ପ୍ରମୁଖ ଯୋଗ ଦେଇ ରକ୍ତ ସଂଗୃହିତକରିଥିଲେ। ସମସ୍ତ ରକ୍ତ ଦାତା ଙ୍କୁ ସମ୍ବାଦ ତର୍ପୋରୁ ସାର୍ଟିଫିକେଟ ପ୍ରଧାନ କରାଯାଇଛି।

error: Content is protected !!