Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

କୁକୁଡାଖଣ୍ଡି : ଘାଟିପାରୀ ବିକାଶ ପରିଷଦ ପାଣ୍ଡିଆଝୋଳି ଓ ରୋଟାରୀ କ୍ଲବ ଇଷ୍ଟର ମିଳିତ ଆନୁକୂଲ୍ୟରେ କୁକୁଡାଖଣ୍ଡି ବ୍ଲକ ପାଣ୍ଡିଆଝୋଳି ଠାରେ ଏକ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ସ୍ଥାନୀୟ ରୋହିଗାଁ ସରପଞ୍ଚ ବଶିଷ୍ଠ କୁମାର ଜେନାଙ୍କ ପୌରହିତୃ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସଦର ଥାନା ଏସ. ଆଇ ପ୍ରଦୀପ କୁମାର ସାହୁ ଯୋଗଦେଇ ଅନୁଷ୍ଟାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଗାଁ ପାଇଁ ଜଙ୍ଗଲ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଏକ ଶହ ପାଞ୍ଚ ଗୋଟି ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିବା ବେଳେ ପ୍ରାୟ ଏକ ତିରିଶି ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଯାଇଛି l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ ଇଷ୍ଟ ବ୍ରହ୍ମପୁରର ସଭାପତି ଜୟନ୍ତ କିଶୋର ପାତ୍ର, ସମ୍ପାଦକ, ବିଜେପି ମଣ୍ଡଳ ସଭାପତି ଏ. ନନ୍ଦ କିଶୋର, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାର ଡାକ୍ତର ଡ଼ା.ମନୋଜ କୁମାର ଟୁଡୁ ଉପସ୍ଥିତରହି ରକ୍ତ ସଂଗ୍ରହ କରିଥିବା ବେଳେ ଘାଟିପାରି ବିକାଶ ପରିଷଦର ସଭାପତି ରବୀନ୍ଦ୍ର ନାଥ ରାଉତ, ଲଳିତ ମୋହନ ବିଷୋୟୀ, ଧର୍ମରାଜ ପାତ୍ର, ବଳରାମ ପାତ୍ର, ଟୁକୁନା ଖଟାଇ, ଭଗବାନ ବିଶ୍ୱାଳ, କେଦାର ଖଟାଇ, ଗୋପାଳ କୃଷ୍ଣ ପାତ୍ର, ସୁଶାନ୍ତ ଜେନା, ଜଗନ୍ନାଥ ପାତ୍ର, ରୁଦ୍ର ପ୍ରସାଦ ଖଟାଇ, ମୁକେଶ ରାଉତ, ସୋମ୍ୟ ରଞ୍ଜନ ବିଷୋୟୀ, ବିକି ପାତ୍ର, ସୁଦାମ ରାଉତ, ଜଗବନ୍ଧୁ ପାତ୍ର, ଆନନ୍ଦ ରାଓ ସୁବୁଦ୍ଧି, ଶ୍ରୀତମ ସୁବୁଦ୍ଧି, ଶ୍ରୀକାନ୍ତ ଖଟାଇ, ଡିମ୍ପଲ ଖଟାଇ, କାମନା ବିଷୋୟୀ ପ୍ରମୁଖ ପାଣ୍ଡିଆଝୋଳି ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

error: Content is protected !!
Breaking News