ରଙ୍ଗେଇଲୁଣ୍ଡା : ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟରତ କିଛି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ଦୀର୍ଘ ଆଠ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ କୋଳି ଖାଇ ମଞ୍ଜି ପୋତିଲା ଭଳିଆ ଚକ ଘୁଞ୍ଚୁ ନାହିଁ ଓ ବିଡ଼ିଓ ମହାଶୟ କୋଳରେ ଗେହ୍ଲା କରି ବସେଇ ରଖିଥିବାର ସାଧାରଣରେ ଅସନ୍ତୋଷ ଓ ଅଭିଯୋଗ ହେଉଅଛି ।
ସୂଚନାଯୋଗ୍ୟ, ଏହି ବ୍ଲକରେ ଦୀର୍ଘ ଦିନ ଧରି ବହୁ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ପାଞ୍ଚ ବର୍ଷରୁ ଆଠ ବର୍ଷ ହେଲାଣି କାର୍ଯ୍ୟରତ ଥିଲେ ମଧ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଡ଼ିଓ ମହାଶୟ ସେମାନଙ୍କ ବଦଳିକୁ ଜାଣତରେ ଭୁଲି ଯାଇଛନ୍ତି । ଶୁଣାଯାଏ, ପ୍ରତାପ ନାୟକ ଓ ରୁପକ ସାମନ୍ତରାୟ ବୋଲି ଯଥାକ୍ରମେ ଜଣେ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିର୍ବାଚନ ପୂର୍ବରୁ ଇତି ମଧ୍ୟରେ ପୁରୁଷୋତ୍ତମପୁର ବ୍ଲକ ଓ ଲୁହାଝର/ମାଣ୍ଡିଆପଲି ପଞ୍ଚାୟତକୁ ବଦଳି ହୋଇ ଯାଇଥିଲେ ମଧ୍ୟ କେଉଁ କାରଣ ଓ କେଉଁ ସୂତ୍ରରୁ ସେମାନଙ୍କ ବଦଳି ବାତିଲ ହେଲା ତାହା ତଦନ୍ତ ସାପେକ୍ଷ ବୋଲି ଅନ୍ୟ ବଦଳି ହୋଇଥିବା ଅଧିକାରୀ ଓ କର୍ମଚାରୀ ମାନେ ଅସନ୍ତୋଷ ପ୍ରକାଶ କରୁଥିବାର ନଜରକୁ ଆସିଛି ଓ ତାହା ତଦନ୍ତ ସାପେକ୍ଷ । ଇତି ମଧ୍ୟରେ ରୁପକ ସାମନ୍ତରାୟଙ୍କୁ କେଲୁଆପଲୀ ପଞ୍ଚାୟତକୁ ବଦଳି ହୋଇଥିଲେ ମଧ୍ୟ ଦୁଧିଆଳୀ ପଞ୍ଚାୟତ ଗାଦି ଛାଡ଼ିବାକୁ ନାରାଜ । ସାଧାରଣରେ ଦାବି ଯେ, ତୁରନ୍ତ ଏମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଏମାନେ କରିଥିବା ସମସ୍ତ ଦୁର୍ନୀତିର ନଥିପତ୍ର ଭିଜିଲାନ୍ସ କୁ ହସ୍ତାନ୍ତର କରି ଟିକିନିଖି ଖୋଳତାଡ଼ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯାଉ ଓ ଏମାନଙ୍କ ବ୍ୟତୀତ ଯେଉଁମାନେ ବି ତିନି ବର୍ଷରୁ ଉର୍ଦ୍ଧ୍ବ ଏହି ବ୍ଲକରେ ଦୀର୍ଘ କାର୍ଯ୍ୟ କରୁଛନ୍ତି ତୁରନ୍ତ ବଦଳି କରାଯାଉ ଓ ଶୁନ ଦୁର୍ନୀତିର
ସହନଶୀଳତାକୁ ପାଥେୟ କରାଯାଉ ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ