ମୋରଡ଼ା : ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ଉତ୍ତୋଳନ ଉପରେ ରୋକ ଲଗାଇଛି ନେସନାଲ ଗ୍ରୀନ ଟ୍ରିବୁନାଲ । ଯୋଉଥିପାଇଁ ଲଘୁଖଣିଜଦ୍ରବ୍ୟର ବେଆଇନ ଉତ୍ତୋଳନ ସହ ଚୋରାଚାଲାଣରେ ସଂପୃକ୍ତ ଥିବା ମାଫିଆମାନେ ନିଜସ୍ବ ପ୍ରଚେଷ୍ଟାରେ ବିଭାଗୀୟ ଅଧିକାରୀମାନଙ୍କ ସହ ଭିତିରି ସଲାସୁତୁରାରେ ଚଳାଇ ମାଲାମାଲ ହୋଇ ଆସୁଥିଲେ । ହେଲେ ଏନ ଜି ଟି ଛାଟ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ଚାଲାଣ ଅନେକଟା ନିୟନ୍ତ୍ରଣରେ ଥିବା ବେଳେ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସହ ଚୋରାଚାଲାଣ ରୋକିବାରେ ବିଫଳ ହୋଇଛି ପୋଲିସ ଏବଂ ମାଇନିଙ୍ଗ ବିଭାଗ । ଏମିତି କି ଡେଙ୍ଗାନାଳିଆ, ନଳଗଜା ପଞ୍ଚାୟତର ରଙ୍ଗାମାଟିଆ ଓ ଦେବଶୋଳ ପଞ୍ଚାୟତରେ ସୁବର୍ଣ୍ଣରେଖା କେନାଲ ଖୋଳାହୋଇ ପାର୍ଶ୍ବରେ ଜମାଥିବା ମୁରୁମକୁ ମଧ୍ୟ ଛାଡୁନାହାନ୍ତି ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣକାରୀ ମାଫିଆମାନେ। ରାତିରେ ରାସଗୋବିନ୍ଦପୁର ଥାନା ଅଧୀନରେ ଥିବା ଇଟାହାରୀ ରାସ୍ତାରେ ଆସି ବାଙ୍କବଣ ଠାରେ ବାହାରି ପୋଡଶୀ ଜିଲ୍ଲାକୁ ଡମ୍ଫର ଏଵଂ ହାଇୱାରେ ଓଭର ଲୋଡ ହୋଇ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସେହିପରି ପୋଲିସକୁ ଚକମାଦେଇ କ୍ଷମତା ଠାରୁ ଅଧିକ ବୋଝେଇ ହୋଇ ପ୍ରତି ରାତିରେ ଶହ ଶହ ଡମ୍ପର ଓ ହାଇୱାରେ ଇଟାହାରି ରାସ୍ତାରେ ଆସି ବାଙ୍କବଣ ଠାରେ ଓଏସଏଚ ୬୧ ମୁଖ୍ୟ ରାସ୍ତାକୁ ଉଠି ବାହାରକୁ ରପ୍ତାନି ହେଉଥିବା ଅଭିଯୋଗ ହେଉଛି । ଏହା ଫଳରେ ଇଟାହାରି- ବାଙ୍କବଣ ରାସ୍ତାଟି ଏବେ ମରଣଯନ୍ତାରେ ପରିଣତ ହୋଇଛି ଚର୍ଚ୍ଚା ହେଉଛି । ତେବେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ବନ୍ଦ ପାଇଁ ରାସଗୋବିନ୍ଦପୁର ଥାନା ପୋଲିସ ସାମାନ୍ୟ ଗୁରୁତ୍ୱ ପ୍ରଦାନ କରି ବାଙ୍କବଣ ଠାରେ ପୋଲିସ କର୍ମଚାରୀ ମୁତୟନ ଦିଗରେ ଆନ୍ତରିକତାର ସହ ତ୍ୱରିତ ପଦକ୍ଷେପ ନେଲେ ମାଫିଆଙ୍କ ଲୁଣ୍ଠନରୁ ବର୍ତ୍ତି ପାରନ୍ତା ରାଜ୍ୟ ରାଜକୋଷ । ଏହାବ୍ୟତୀତ ରାସ୍ତା ବିପର୍ଯ୍ୟୟକୁ ମଧ୍ୟ ରୋକା ଯାଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଉଛି । ସେହିପରି ଏହି ଚୋରା ଚାଲାଣକାରୀ ମାଫିଆଙ୍କ ପଛରେ ସରକାରୀ କଳ ଏବଂ ଦଳର ଆଶୀର୍ବାଦ ଥିବାନେଇ ରାସ୍ତାଘାଟରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି । ମୁରୁମ ସହିତ ରାସଗୋବିନ୍ଦପୁର ଥାନା ଓ ତହସିଲ ଅଧୀନରେ ଥିବା ଜମ୍ଭିରା ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ସହ ଚୋରାଚାଲାଣ ଚାଲିଥିବା ଆଜି ଦେଖିବାକୁ ମିଳିଛି । ତେବେ ଆଜି ଭରଡାନଣ୍ଡା ନଦୀ ଘାଟ ରୁ ବେଆଇନ ବେଧଡକ ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଗ୍ରାମବାସୀମାନେ ଚୋରା ବାଲି ଗାଡ଼ି କୁ ଅଟକ ରଖି ବେଆଇନ ବାଲି ଉତ୍ତୋଳନ କୁ ବିରୋଧ କରିଥିଲେ । ତେବେ ଏନେଇ ରାସଗୋବିନ୍ଦପୁର ଆଇଆଇସି ସୁକାନ୍ତି କେରେଇ ଙ୍କ ମତ ନେବାରୁ କହିଛନ୍ତି ଯେ ମୁଁ ପୂର୍ବରୁ ଅଭିଯୋଗ ପାଇନାହିଁ, ଆଜି ଖବର ପାଇ ଗଲା ବେଳକୁ ବାଲି ଗାଡ଼ି ନାହିଁ , ତେବେ ପୋଲିସ ସବୁ ଜାଣି ଅଜଣା ନା ପ୍ରକୃତରେ ଅଜଣା ତାହା ସନ୍ଦେହ ଘେରରେ ଥିବା ଜଣାପଡିଛି ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ