ଲାଞ୍ଜିଗଡ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି, ହେଲେ ଏହି ଯୋଜନା ସବୁ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ବାଟବଣା ହୋଇଯାଉଛି l କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଶିତ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ରେ ଆଜି ମଧ୍ୟ ଅନେକ ଗାଁ ଅଛି ଯେଉଁ ଗାଁ ମାନଙ୍କରେ ପାଦରେ ଚାଲିବା ପାଇଁ ମଧ୍ୟ ରାସ୍ତା ଖଣ୍ଡେ ନାହିଁ ଏହିଭଳି ଏକ ଗାଁ ହେଉଛି ଲାଞ୍ଜିଗଡ ବ୍ଲକ ମହକୁମା ବିଶ୍ୱନାଥପୁରରୁ ମାତ୍ର ଦୁଇ କିମି ଦୂରରେ ଥିବା ସୀତାପୁର ଗାଁର ନାଉରି ପଡାl ଏହି ପଡ଼ାରେ ୫୦୦ଶହରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଘରଭିତରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ l ଗାଁ ରାସ୍ତାରେ ସବୁଆଡେ କାଦୁଅ ଘରୁ ବାହାରକୁ ବାହାରିଲେ ଆଣ୍ଠୁଏ କାଦୁଅ ଦେଇ ଯିବାକୁ ପଡୁଛି l ସୀତାପୁର ଗାଁ ବସ୍ତି ନାଉରୀପଡା ଠାରୁ ସ୍କୁଲ ଦେଇ ନାଉରି ପଡା ଓ ଡୋଲାପଡା ରାସ୍ତାରେ ବର୍ଷା ଦିନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଲୋକେ l ଛାତ୍ର, ଛାତ୍ରୀ ସ୍କୁଲ ଯିବା ମଧ୍ୟ ସମ୍ଭବ ହେଉନାହିଁ,ଆଣ୍ଠୁଏ କାଦୁଅ ରେ ପାଠ ପଡ଼ିବାପାଇଁ ଯାଉଛନ୍ତି ପିଲା l ଏହି ରାସ୍ତା ସମସ୍ୟା କୁ ନେଇ ଲୋକେ ଦୀର୍ଘ ବର୍ଷ ହେଲା ବିଶ୍ୱନାଥପୁର ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ କୁ ଅଭିଯୋଗ କରି ଆସୁଛନ୍ତି ହେଲେ କୋଣସି ଫଳପ୍ରଦ ହେଉନାହିଁ l ବ୍ଲକରେ ବିଡ଼ିଓ ପରେ ବିଡ଼ିଓ ବଦଳୁଛନ୍ତି ଓ ପଞ୍ଚାୟତରେ ସରପଞ୍ଚ ପରେ ସରପଞ୍ଚ ବଦଳୁ ଛନ୍ତି ହେଲେ ସୀତାପୁର ଗାଁର ଚିତ୍ର ବଦଳୀ ପାରୁନାହିଁ l ଏହି ସମସ୍ୟା କୁ ନେଇ ବର୍ତମାନର ବିଡ଼ିଓ ଶଶାଙ୍କ ପାତ୍ର ଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି l ବିଡ଼ିଓ ରାସ୍ତା ନିର୍ମାଣ କରିବାପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ହେଲେ ରାସ୍ତା କାମ କେବେ ହେଉଛି ତାହା ଦେଖିଵାକୁ ବାକି ରହିଲା
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ