Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ରାସ୍ତା ଉପରେ ଗାଡିକୁ ଦେଖି ଲୋକ ଭୟବିତ

Spread the love

ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିନ ଟାଙ୍ଗିଆପଡା ମହାବୀର ମନ୍ଦିର ଠାରେ ସକାଳୁ ସକାଳୁ ରାସ୍ତା ଉପରେ ଗାଡିକୁ ଦେଖି ସ୍ଥାନୀୟ ଲୋକ ଭୟବିତ ହୋଇଥିଲେ।ସୂଚନା ଅନୁସାରେ ଆଜି ସକାଳୁ ସକାଳୁ କିଛି ଲୋକ ଉଠି ନିଜ ଜମି କୁ ଯାଉଥିବା ବେଳେ ଖୋର୍ଦ୍ଧା ଓ ହଳଦିଆ ରାସ୍ତା ଟାଙ୍ଗିଆପଡା ମହାବୀର ମନ୍ଦିର ଠାରେ ଏକ କାର ଦୁର୍ଘଟଣା ହୋଇଥିବା ଦେଖିବାକୁ ପାଇଥିଲେ।ହେଲେ ଗାଡ଼ିରେ କେହି ବି ଲୋକ ନ ଥିଲେ।ତେଣୁ ସାଧାରଣ ଲୋକ ଭାବିଲେ ରାତିରେ କେହି ଗାଡି ଧକ୍କା କରି ଦୁର୍ଘଟଣା ପରେ ଗାଡି ଛାଡି ମେଡିକାଲ ଯାଇଥିବ।ଆସିଲେ ଗାଡି ନେଇଯିବ।ହେଲେ ସକାଳ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ନା କେଉଁ ଲୋକ ଆସିଲେ ନା କିଏ ଗାଡି ନେଲା।ଫଳରେ ଲୋକ ମାନଙ୍କ ସନ୍ଦେହ ହେବାରୁ ଶିଳ୍ପାଞ୍ଚଳ ପୋଲିସ ଜଣାଇଥିଲେ।ଶିଳ୍ପାଞ୍ଚଳ ଥାନା ଭାରପ୍ରାପ୍ତ ଅଧିକାରୀ ଗାୟତ୍ରୀ ମିଶ୍ର ଦୁଇଜଣ ଷ୍ଟାଫ ପଠେଇ ଗାଡି ଟିକୁ ଜବତ କରିବା ସହିତ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ।ଯାଞ୍ଚ ରୁ ଗାଡିଟି ଢେଙ୍କାନାଳ ଜିଲ୍ଲା ତରଭା, ନୂଆଗାଁ, ଗ୍ରାମର ମନୋଜ ସ୍ୱାଇଁ ପିତା-ମାଗୁଣି ସ୍ୱାଇଁ ର ବୋଲି ଜଣାପଡିଛି।ତେବେ ଗାଡି ଟି କେଉଁ ପରିସ୍ଥିତିରେ ଏଠିକି ଆସିଲା,କିଏ ଆଣିଥିଲା,କାହିଁକି ଆଣିଥିଲା।ଯଦି ଗାଡି ଦୁର୍ଘଟଣା ହେଲା,ତେବେ ଦୁର୍ଘଟଣା ର ଶିକାର ବ୍ୟକ୍ତି କୁଆଡେ ଗଲେ।କାହିଁକି ଗାଡିକୁ ଛାଡି ଗଲେ।ଏମିତି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଲୋକ ମନ ରେ ଉଙ୍କି ମାରିଛି।ସେପଟେ କିଏ କହୁଛି ଚୋରା ଗାଡି ବୋଲି ତ କିଏ କହୁଛି ଯଦି ଦୁର୍ଘଟଣା ହେଲା ପୋଲିସି କୁ କାହିଁକି ଜଣାଇଲେ ନାହିଁ।

error: Content is protected !!
Breaking News