ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ବୃନ୍ଦାବତୀ ନଗର ଅଞ୍ଚଳରେ ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମରଟି ରହିଛି l ନାଁ ରହିଛି ବ୍ୟାରିକେଡ଼ ନା ଅଛି ସୁରକ୍ଷା l ତ୍ରୀକୋଣୀୟ ଛକ ସାଙ୍ଗକୁ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ଯୋଗୁଁ ଏହି ସ୍ଥାନରେ ଟ୍ରାନ୍ସଫର୍ମର ବିନା ସୁରକ୍ଷାବଳୟରେ ଥିବା ଏହି ଟ୍ରାନ୍ସଫର୍ମର କୌଣସି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ନପାରେ l ମୁଖ୍ୟତଃ ସକାଳ ସନ୍ଧ୍ୟା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ପାଠ ପଢିବା ପାଇଁ ସ୍କୁଲ ଏବଂ ଟ୍ୟୁସନକୁ ଯାଆସ କରନ୍ତିl ଏଥି ସହ ସନ୍ଧ୍ୟା 4 ପରେ ସ୍ଥାନୀୟ ପିଲା ଏହି ସ୍ଥାନରେ ସାଇକିଲିଂ ଓ ଖେଳକୁଦ କରନ୍ତି l ଇତିମଧ୍ୟରେ ରାସ୍ତା ଉପରେ ଟ୍ରାନ୍ସଫର୍ମର ରହଥିବା ବେଳେ ରାସ୍ତାଟିର ଓସାର କମ ଏବଂ ଏହି ରାସ୍ତା ବିଭିନ୍ନ ଲେନକୁ ସଂଯୋଗ କରୁଛି ଯାହାକି କାର, ଟ୍ରାକଟର ଓ ମୋଟୋସାଇକେଲ ଯାତ୍ରୀ ସୁରକ୍ଷିତ ନୁହନ୍ତିl ଏଣୁ ଉକ୍ତ ଟ୍ରାନ୍ସଫର୍ମର କୁ ତୁରନ୍ତ ବ୍ୟାରିକେଡ଼ ପ୍ରଦାନ ନଚେତ ସେହି ସ୍ଥାନରୁ ଟ୍ରାନ୍ସଫର୍ମର ହଟାଇ କୌଣସି ନିରାପଦ ସ୍ଥାନରେ ବସାଇବା ପାଇଁ ପ୍ରଶାସନ ଓ ଟାଟା ପାୱାରକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ହେଉଛିl
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର