Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ରାସ୍ତାରେ ଭାଙ୍ଗି ପଡ଼ିଲା ଗଛ

Spread the love

ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ କୁରୁଗୁଡ ଗ୍ରାମ ଠାରୁ ବାଦୁଆ ଯିବା ରାସ୍ତାରେ ଗଛ ଭାଙ୍ଗି ପଡିବା ଫଳରେ ଯାତାୟାତରେ ଅସୁବିଧା ହୋଇଛି। ଲଗାଣ ବର୍ଷା ଫଳରେ ଏହି ରାସ୍ତା ପାର୍ଶ୍ବରେ ଥିବା ଏକ ଶୁଖିଲା ଗଛ ଆଜି ସକାଳେ ଭାଙ୍ଗି ପଡି ଥିବା ଗ୍ରାମ ବାସି ମାନେ ଦେଖି ଥିଲେ। କୁରୁଗୁଡ ଗ୍ରାମର ଲୋକମାନେ ପଞ୍ଚାୟତ କୁ ଯିବାକୁ ହେଲେ ଗ୍ରାମ ଠାରୁ ବାଦୁଆ ଦେଇ ରାସ୍ତା ପାର ହେବାକୁ ପଡୁଛି।ତେବେ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଏହି ବଡ ଗଛ ଟି ଭାଙ୍ଗି ପଡିବା ଯୋଗୁଁ ଲୋକଙ୍କ ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି।ଖବର ପାଇ ଅଗ୍ନିଶମ ବିଭାଗ ରକର୍ମଚାରୀ ମାନେ ପହଞ୍ଚି ଗଛ କାଟି ରାସ୍ତାକୁ ଅବରୋଧ ହୋଟେଇଥିଲେ।

error: Content is protected !!
Breaking News