ବାହାଡ଼ାଝୋଲା – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ଢିପିସାହି ଗ୍ରାମର (୧୪) ନମ୍ବର ଓ୍ୟାଡ ଗ୍ରାମବାସୀ ଙ୍କ ନିଆରା ପ୍ରୟାସ ରାସ୍ତା ରେ ଧାନ ତଳି ପୋତି କଲେ ପ୍ରତିବାଦ। ଅଭିଯୋଗ ଅନୁଯାଇ, ସ୍ୱାଧୀନତା ର ତିନି ଦଶନ୍ଧି ବିତିଯାଇଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ତଥା ମହାତ୍ମାଗାନ୍ଧୀ ନିଶ୍ଚିତ କ୍ରମ ନିଯୁକ୍ତି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତା ସହିତ ପଂଚାୟତ ପାଣ୍ଠି ବିନିଯୋଗ କରି ଲୋକଙ୍କ ସମସ୍ୟା ସମାଧାନ କରିବା ବେବସ୍ତା ରହିଥିବା ବେଳେ ସାଧାରଣ ପୂର୍ତ୍ତବିଭାଗ ରାସ୍ତା ଠାରୁ ମାତ୍ର ଏକ କିଲୋମିଟର ରାସ୍ତା ର ସମସ୍ୟା ଦୁର ହୋଇପାରିନାହିଁ।
ଗ୍ରାମରେ (୫୦୦) ରୁ ଉର୍ଦ୍ଧ୍ବ ଲୋକ ବସବାସ କରିଥାନ୍ତି କିନ୍ତୁ ରାସ୍ତା ସମସ୍ୟା ଦିର୍ଘ (୫୦) ବର୍ଷର କିନ୍ତୁ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇପାରି ନଥିବା କହିଛନ୍ତି ଗ୍ରାମର ସଭାପତି ପଞ୍ଚୁ ନାଏକ କବି ନାଏକ ସହିତ ଗ୍ରାମବାସୀ ଏଣୁ ଦେହ ଖରାପ୍ ହେଉ କିମ୍ବା ପାଠପଢିବା ପାଇଁ ଛୋଟ ଛୋଟ ପିଲା ନାହିଁ ନଥିବା ହଇରାଣ ହେଉଛନ୍ତି ଏମିତିକି ଅତ୍ୟଧିକ ବର୍ଷା ହେଲେ ପିଲାଙ୍କ ପାଠପଢା ବନ୍ଦ ରହୁଥିବା ଗ୍ରାମର ମହିଳା ଅଭିଯୋଗ କରିଛନ୍ତି। ଏହି ବିଷୟରେ ବାହାଡ଼ା ଝୋଲା ପଂଚାୟତର ସରପଞ୍ଚ କିମ୍ବା ପଂଚାୟତ ଅଧିକାରୀ ଙ୍କୁ ଫୋନ୍ ଯୋଗେ ମତାମତ ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ରିସିଭ କରିନଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ