ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ବହୁମୂଲ୍ୟ ଅଳଙ୍କାର ସ୍ଥାନାନ୍ତର ସରିଛି । ଏହାପରେ ରତ୍ନ ଭଣ୍ଡାର ମରାମତି କିଭଳି କରାଯିବ, କେଉଁ କେଉଁ ନିୟମକୁ ପାଳନ କରାଯିବ, କେଉଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ହେବ ସେ ସବୁକୁ ନେଇ ପ୍ରସ୍ତୁତ ହୋଇଛି ଏସଓପି।
SOP ପରିଚାଳନା କମିଟିରେ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ପାଖକୁ ପଠାଯାଇଛି । ଏହାକୁ ଆଜି ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି । ଭର୍ଚୁଆଲ୍ ମୋଡରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ମାନେ ଏଥିରେ ସାମିଲ ଥିଲେ ।
More Stories
13.01.2025
4-12-2024
25-11-2024