Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ରାୟଗଡା ଜିଲ୍ଲା ଗୁଣୁପୁର ବଂଶଧାରା ନଦୀ କୂଳରେ ବିଦେଶୀ ପକ୍ଷୀଙ୍କ ଭିଡ଼

Spread the love

ରାୟଗଡା ଜିଲ୍ଲା ଗୁଣୁପୁର ବଂଶଧାରା ନଦୀ କୂଳରେ ଥିବା ଭାଲେରି ଗାଁରେ ଏବେ ବିଦେଶୀ ପକ୍ଷୀଙ୍କ ଭିଡ଼ ଦେଖିବାକୁ ମିଳିଛି I ଦୀର୍ଘ 40 ବର୍ଷ ହେଲା ସାଇବେରିଆ ପକ୍ଷୀ ଏଠାକୁ ଆସି ଶୀତ ଶେଷ ପର୍ଯ୍ୟନ୍ତ ରହୁଛନ୍ତି । ଏ ମଧ୍ୟରେ ଅଣ୍ଡା ଦେଇ ଛୁଆ କରୁଛନ୍ତି। ଗଲାବେଳେ ସାଙ୍ଗରେ ଛୁଆଙ୍କୁ ନେଇ ଫେରୁଛନ୍ତି ।ପ୍ରତି ବର୍ଷ ଜୁନ ମାସ ବେଳକୁ ଏହି ପକ୍ଷୀ ଗୁଡିକ ଆସିଥାନ୍ତି ,ଏହି ପକ୍ଷୀ ଆସିଲେ ମୌସୁମି ର ଆଗମନ ହୁଏ ବୋଲି ଗ୍ରାମବାସୀ ଜାଣି ଚାଷ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଯେତିକି ସମୟ ପକ୍ଷୀ ଏଠାରେ ରହୁଛନ୍ତି ସେମାନଙ୍କ କୋଳାହଳ ଓ ପକ୍ଷୀଙ୍କ ମିଳନରେ ଆକର୍ଷିତ ହୋଇ ଉଠୁଛି ନଈ ପଠାରେ ଥିବା ଭାଲେରୀ ଗାଁ । ଦଳ ଦଳ ସାଇବେରିଆ ପକ୍ଷୀଙ୍କ କୋଳାହଳରେ ଗାଁ ପରିବେଶ ଚଳଚଞ୍ଚଳ ହୋଇରହୁଛି। ଗତ କିଛି ବର୍ଷ ହେଲା ଏହି ସମୟରେ ଏଠି ସାଇବେରିଆ ପକ୍ଷୀ ଙ୍କ ସଂଖ୍ୟା କମିବାରେ ଲାଗିଛି । ଶିକାରୀଙ୍କ ଭୟ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି। ଦୀର୍ଘ 40 ବର୍ଷ ହେଲା ବିଦେଶୀ ପକ୍ଷୀମାନେ ଏଠାକୁ ଆସୁଛନ୍ତି। ଏହାକୁ ପ୍ରକୃଷ୍ଟ ଆଶ୍ରୟସ୍ଥଳି ମନେକରି ବିଦେଶୀ ପକ୍ଷୀ ଏଠାକୁ ଆସୁଛନ୍ତି । ଯାହାକି କୃତ୍ରିମ ଚିଲିକାର ଭ୍ରମ ସୃଷ୍ଟି କରୁଛି । କିଛି ମାସ ତଳେ ଆସିଥିବା ପକ୍ଷୀ ଏବେ ଅଣ୍ଡା ଦେଇ ଛୁଆ କରିଛନ୍ତି । ଏମାନଙ୍କ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଅଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପରପକ୍ଷେ ସାଇବେରିଆ ପକ୍ଷୀ ଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଛନ୍ତି ବନ ବିଭାଗ ଅଧକାରୀ ।

error: Content is protected !!
Breaking News